ଫୁଲ ଦୋକାନି ଠକେଇର ଶିକାର

ଫୁଲ ଦେବ କହି ନେଇଗଲା ୫୦ ହଜାର

0

ଅନୁଗୁଳ: ଫୁଲ ଦେବେ ବୋଲି ଜବାବ ହେଲା। ଫୁଲ ବାବଦକୁ ହଜାରେ କି ଦୁଇ ହଜାର ନୁହଁ, ପୂରା ୫୦ ହଜାର ଟଙ୍କା ନେଲେ। ହେଲେ ଫୁଲ ଦେବାର ନାଁ ଧରିଲେନି । ଏମିତିକି ନେଇଥିବା ୫୦ ହଜାର ଟଙ୍କା ଫେରାଇବାକୁ ଧରାଛୁଆଁ ଦେଉନାହାନ୍ତି। କୋଲିୟରୀ ଥାନା ଇଲାକା ମଝିକା ଗ୍ରାମର ଜଣେ ଫୁଲ ବ୍ୟବସାୟୀ ଏମିତି ଠକେଇର ଶିକାର ହେବା ପରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି । ଥାନାରେ ଏତଲା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ମୁତାବକ, କୋଲିୟରୀ ଥାନା ଇଲାକା ମଝିକା ଗ୍ରାମର ସିପୁନ୍ ସାହୁଙ୍କ ଏକ ଫୁଲଦୋକାନ ଦେଉଳ ଛକଠାରେ ରହିଛି । ସିପୁନ୍ ଦୋକାନ ପାଇଁ ପ୍ଲାଷ୍ଟିକ୍ ଫୁଲ ଆଣିବାକୁ ଅନୁଗୁଳ ସହର ଶଙ୍କର ସିନେମା ରୋଡ୍‌ରେ ଥିବା ଜଣେ ବ୍ୟକ୍ତିଙ୍କ ସହ ଚୁକ୍ତି କରିଥିଲେ। ଏଥିପାଇଁ ସେ ଜାନୁଆରୀ ୨୩ରୁ ୨୭ ତାରିଖ ମଧ୍ୟରେ ନିଜ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଦେଇଥିଲେ । ୧୫ ଦିନ ମଧ୍ୟରେ ଫୁଲ ଦେବାକୁ ଚୁକ୍ତି ହୋଇଥିଲା । ମାତ୍ର ଇତିମଧ୍ୟରେ ୩ ମାସ ପୂରିଲାଣି । ହେଲେ ସମ୍ପୃକ୍ତ ବ୍ୟକ୍ତି ଫୁଲ ଦେବାର ନାଁ ଧରୁନାହାନ୍ତି। ଏମିତିକି ସେ ଟଙ୍କା ଫେରାଇବାର ନାଁ’ ସୁଦ୍ଧା ଧରୁନାହାନ୍ତି । ବରଂ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଟଙ୍କା ପାଇବାରେ ନିରାଶ ହେବା ପରେ ସିପୁନ୍ ଏନେଇ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍‌ ଏ ସଂକ୍ରାନ୍ତରେ ଏକ କେସ୍ ରୁଜ୍ଜୁ କରି ତଦନ୍ତ ଚଳାଇଛି।

online coaching

Leave A Reply

Your email address will not be published.