ଚୋରି ସାମଗ୍ରୀ ଜବତ, ୫ ଗିରଫ

0

ଅନୁଗୁଳ: ଅନୁଗୁଳ ଜିଲା ତାଳଚେର ଥାନା ଅଧିନସ୍ଥ ଏକଘରିଆସ୍ଥିତ ବିନ୍ଦଲ କାରଖାନାରୁ ଚୋରି ହୋଇଥିବା ଲୁହା ସାମଗ୍ରୀ ସହ ଏକ ଅଟୋରିକ୍ସା ବୁଧବାର ଜବତ କରିଛି ତାଳଚେର ପୁଲିସ। ଏହି ଘଟଣାରେ ୫ଜଣଙ୍କୁ ଗିରଫ କରି କୋର୍ଚ୍ଚାଲାଣ କରାଯାଇଛି । ଆଜି ସକାଳେ ବିନ୍ଦଲ କାରଖାନାରୁ ଲୁହା ସାମଗ୍ରୀ ଚୋରି କରାଯାଉଥିବା ଖବର ପାଇ ପୁଲିସ ଅତର୍କିତ ଭାବରେ ଚଢ଼ଉ କରିଥିଲା। ସେଠାରୁ ଏକ ଅଟୋରିକ୍‌ (ଓଡି୩୫ସି ୧୯୧୫)ରେ ଲୁହା ସାମଗ୍ରୀ ନେଉଥିବା ବେଳେ ପୁଲିସ କାବୁ କରି ଦୁଇ ଜଣ ପୁରୁଷ ଓ ୩ ଜଣ ମହିଳାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ପି. ରାମ ସେଠୀ (୫୦), ତ୍ରିନାଥ ନାୟକ (୩୪), ଲିଲି ନାୟକ (୨୭), କାଂଚନ ନାୟକ (୩୫), ବିଜୁଳି ବେହେରା (୪୦) ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏ ସମ୍ପର୍କରେ କେସ୍ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସୂଚନା ଦେଇଛନ୍ତି।

Leave A Reply

Your email address will not be published.

error: Content is protected !!