‘ସେଲିବ୍ରେଟିଂ ଦି ଲିଗାସି’ ଉଦ୍‌ଯାପିତ, ଜିନ୍ଦଲ ଗ୍ରୁପ ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କ ଜନ୍ମଦିନ ପାଳିତ

You are currently viewing ‘ସେଲିବ୍ରେଟିଂ ଦି ଲିଗାସି’ ଉଦ୍‌ଯାପିତ, ଜିନ୍ଦଲ ଗ୍ରୁପ ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କ ଜନ୍ମଦିନ ପାଳିତ

ଅନୁଗୁଳ : ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରଠାରେ ୧୨ ଦିନ ଧରି ଚାଲିଥିବା ‘ସେଲିବ୍ରେଟିଂ ଦି ଲିଗାସି’ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଏହି କାର୍ଯ୍ୟକ୍ରମ ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ସମ୍ମାନାର୍ଥେ ମାର୍ଚ୍ଚ ୯ ତାରିଖରେ ଆରମ୍ଭ ହୋଇଥିଲା। ଉଦ୍‌ଯାପନୀ ଦିନ ଜିନ୍ଦଲ ଗ୍ରୁପ ଅଧ୍ୟକ୍ଷା ଏମେରିଟସ୍ ସାବିତ୍ରୀ ଜିନ୍ଦଲଙ୍କ ଜନ୍ମଦିନ ପାଳିତ ହୋଇଛି।

ଏଥିରେ ସମ୍ପ୍ରଦାୟ ଏବଂ ଶ୍ରମିକଙ୍କ ଉନ୍ନତି ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଦିବସ, ସଂସ୍କୃତି ଦିବସ, ପ୍ରେରଣା ଦିବସ, ଦକ୍ଷତା ଦିବସ, ଜ୍ଞାନ ଦିବସ, ରଙ୍ଗ ଦିବସ, ଏକତା ଦିବସ, କ୍ରୀଡ଼ା ଦିବସ, ସୁରକ୍ଷା ଦିବସ, ଆଧ୍ୟାତ୍ମିକତା ଦିବସ ଏବଂ ସଶକ୍ତିକରଣ ଦିବସ ପାଳିତ ହୋଇଥିଲା।

ଜେଏସପିର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ସମେତ ସୀମା ମଲହାନ ଏବଂ ଅନିତା ମିତ୍ତଲଙ୍କ ନେତୃତ୍ୱରେ ପରିଚାଳିତ କାର୍ଯ୍ୟକ୍ରମ ପାଖାପାଖି ଅଞ୍ଚଳର ୫୦, ୦୦୦ରୁ ଅଧିକ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥିଲା।

ଜିନ୍ଦଲ ଷ୍ଟିଲର ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ରକ୍ତନାନ ଶିବିର ଆୟୋଜିତ ହୋଇଥିଲା।

ଏହି ଅବସରରେ ଜେଏସପି ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ପଙ୍କଜ ମଲହାନ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଦାମୋଦର ମିତ୍ତଲ, ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଦିଲ୍ଲୀପ ସିହ୍ନା, ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେୃତୃବୃନ୍ଦ ମାତାଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

Share

Leave a Reply