ଜେଏସପିଏଲ ପାଳିଲା ଓପି ଜିନ୍ଦଲଙ୍କ ୯୨ ତମ ଜନ୍ମ ବାର୍ଷିକୀ

You are currently viewing ଜେଏସପିଏଲ ପାଳିଲା ଓପି ଜିନ୍ଦଲଙ୍କ  ୯୨ ତମ ଜନ୍ମ ବାର୍ଷିକୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ(ଜେଏସ୍‌ପିଏଲ)ର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ଉଦ୍ୟୋଗପତି ଓମ ପ୍ରକାଶ ଜିନ୍ଦଲ(ବାଉଜି)ଙ୍କ ୯୨ ତମ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ଅନେକ ସାମାଜିକ ଜନମଙ୍ଗଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସକାଳେ କମ୍ପାନୀର କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏବଂ ଆଖପାଖ ଗ୍ରାମଗୁଡିକର ବାସିନ୍ଦା ପୁଷ୍ପମାଲ୍ୟ ଦେଇ କିମ୍ବଦନ୍ତୀ ପୁରୁଷଙ୍କ ପ୍ରତି ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିନେଶ କୁମାର ସରୋଗୀ, ଅନୁଗୁଳ ପ୍ଲାଣ୍ଟର ନିର୍ବାହୀ ନିର୍ଦେଶକ ହୃଦୟେଶ୍ୱର ଝା, କାର୍ଯ୍ୟନିର୍ବାହୀ ନିର୍ଦେଶକ ସବ୍ୟସାଚୀ ବନ୍ଦୋପାଧ୍ୟାୟ, ଦାମୋଦର ମିତ୍ତଲ, ମାନବସମ୍ବଳ ବିଭାଗର ଇଭିପି ରବି ଶଙ୍କର, ଯୋଗଗୁରୁ ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ ଏବଂ ଅନ୍ୟ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବାଉଜିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ କାମ୍ପାନୀର ୧୦୩ ଜଣ କର୍ମଚାରୀ ରକ୍ତ ଦାନକରିଥିଲେ।

Share

Leave a Reply