ଶ୍ରମିକ ଦିବସ : ବିଜୁ ଯୁବ ଜନତା ଦଳ ପକ୍ଷରୁ ବଣ୍ଟାଗଲା ଦହି ସରବତ ଓ ଜଳ

You are currently viewing ଶ୍ରମିକ ଦିବସ : ବିଜୁ ଯୁବ ଜନତା ଦଳ ପକ୍ଷରୁ ବଣ୍ଟାଗଲା ଦହି ସରବତ ଓ ଜଳ

ଅନୁଗୁଳ: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ଅନୁଗୁଳ ହେମସୁରପଡା ଦୁର୍ଗା ମଣ୍ଡପଠାରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଦହି ସରବତ ଓ ଜଳ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନବ ନିର୍ବାଚିତ ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଅନୀଲ ଭୂୟାଁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡିର ଯୁଗ୍ମ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଦିନେଶ ପ୍ରଧାନ, ବରିଷ୍ଠ ବିଜେଡି ନେତା ବୁଢ଼ା ଦେହୁରୀ, ଓ୍ବାର୍ଡ ନଂ ୩ର କାଉନସିଲର ଗୀତାଞ୍ଜଳି ଦେହୁରୀ, ଓ୍ବାର୍ଡ ନଂ ୧୯ର କାଉନସିଲର ବଳରାମ ଜେନା, ଦଳର ଜିଲ୍ଲା ଉପସଭାପତି ତଥା ଅଙ୍ଗପଡା ସରପଞ୍ଚ ଜିତେନ୍ଦ୍ର ସାହୁ, ବସଲା ସରପଞ୍ଚ ଚନ୍ଦନ ସାହୁ, ଦଳର ମ୍ୟୁନିସିପାଲଟି ଡିଜିଟାଲ ସମ୍ପାଦକ ପ୍ରଶାନ୍ତ ଦେହୁରୀ ପ୍ରମୁଖ ସାମିଲ ହୋଇ ସରବତ ବଣ୍ଟନ କରିଥିଲେ। ସେହିପରି ଗଣପତ କ୍ଲବର ସମସ୍ତ ସଦସ୍ୟ ଓ ହେମସୁରପଡାର ମା’ ମଙ୍ଗଳା ଯୁବକ ସଂଘ ଯୁବ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share

Leave a Reply