ନାବାଳିକାକୁ ପ୍ରେମ କରି ଫେରାର ହୋଇଥିଲା ନାବାଳକ, ଆଜି ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

You are currently viewing ନାବାଳିକାକୁ ପ୍ରେମ କରି ଫେରାର ହୋଇଥିଲା ନାବାଳକ, ଆଜି ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା କୁଶୁପଙ୍ଗା ଗ୍ରାମର ୧୭ ବର୍ଷର ନାବାଳକ ଓ ଏହି ଥାନା ଅନ୍ତର୍ଗତ ଗୋତମରା ଗ୍ରାମର ଜଣେ ନାବାଳିକାକୁ ଆଜି ନରସିଂହପୁରରୁ ଉଦ୍ଧାର କରାଯାଇଛି। ପୋଲିସ ନାବାଳକକୁ ଜୁଭେନାଇଲ ଜେଲ ପଠାଇଛି।

ସୂଚନା ଯେ, ଏମାନେ ପ୍ରାୟ ଏକ ମାସ ହେଲା ଘରୁ ପଳାଇ ଯାଇଥିଲେ। ଝିଅର ପରିବାର ଲୋକ ଚାରି ଆଡ଼େ ଖୋଜା ଖୋଜି କରି ନ ପାଇବାରୁ ଥାନା ର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଏ ସଂକ୍ରାନ୍ତ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା।

ଖବର ପାଇ ଆଜି ପୋଲିସ ନରସିଂହପୁର ଅଞ୍ଚଳକୁ ଯାଇ ଉଭୟଙ୍କୁ ଉଦ୍ଧାର କରିଥିବା ନେଇ ଥାନାଧିକାରୀ ନରେଶ କୁମାର ସାହୁ ପ୍ରକାଶ କରିଛନ୍ତି। ପୋଲିସ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Share

Leave a Reply