ଅନୁଗୁଳ: ଅନୁଗୁଳ ସହରାଞ୍ଚଳରେ ଜଣେ ସାଢ଼େ ୫ ବର୍ଷର ଶିଶୁ କନ୍ୟାଙ୍କୁ ରବିବାର ଅଶାଳିନ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁସାରେ, ଘରେ କେହି ନଥିବା ବେଳେ ୧୪ ବର୍ଷର ଜଣେ ନାବାଳକ ଶିଶୁ କନ୍ୟାଙ୍କୁ ଚକୋଲେଟ ଦେଇ ଘରକୁ ଡ଼ାକିଥିଲେ। ଘରେ ତାଙ୍କୁ ଉଲଗ୍ନକରି ଯୌନାଙ୍ଗରେ ଆଙ୍ଗୁଳି ଭର୍ତ୍ତି କରିଥିଲେ। ଫଳରେ ଶିଶୁ କନ୍ୟାଟିର ରକ୍ତାକ୍ତ ହୋଇଥିଲେ। ସେଠାରୁ ଆସି ଶିଶୁ କନ୍ୟା ପରିବାର ଲୋକଙ୍କୁ ଜଣାଇଥିଲେ। ଏ ନେଇ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ନାବାଳକଙ୍କୁ ଗିରଫକରି ଜୁଭେନାଇଲ ଜଷ୍ଟିସ୍ ଙ୍କ ନିକଟରେ ହାଜର କରାଇଛି।
ଶିଶୁ କନ୍ୟାଙ୍କୁ ଅଶାଳିନ ବ୍ୟବହାର କରି ନାବାଳକ ଗିରଫ
- Post published:June 19, 2022
- Post category:ଘଟଣା ଓ ଦୁର୍ଘଟଣା / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul