ଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ

You are currently viewing ଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ୧୯ ବର୍ଷର ବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୧୭ ବର୍ଷର ନାବାଳକଙ୍କୁ ପୋଲିସ ଶନିବାର ଗିରଫ କରିଛି।

ସୂଚନା ଯେ, ନାଲକୋ ଥାନା ଅଞ୍ଚଳର ଏହି ନାବାଳକ ବାଳିକାଙ୍କସହ ୫/୬ ମାସ ତଳେ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ। ଏଥିସହ ବାଳିକାଙ୍କସହ ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ବାଳିକାଙ୍କୁ ଧମକ ଦେଇ ପ୍ରତାରଣାକରି ବ୍ଲାକ୍ ମେଲ କରିଚାଲିଥିଲେ। ତେଣୁ ଏ ନେଇ ବାଳିକା ଶୁକ୍ରବାର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ନାବାଳକଙ୍କୁ ଶନିବାର ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply