ତାଳଚେର: ତାଳଚେର ବ୍ଲକ କଳମଛୁଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇଛି। ଡାକ୍ତର ଭାଗ୍ୟଲକ୍ଷ୍ମୀ ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।
ଏ ଅବସରରେ ଡା. ଷଡଙ୍ଗୀ ବିଶ୍ଵ ଜନସଂଖ୍ୟା ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିବା ସହ ସରକାରୀ ସ୍ତରରେ ଜନ ନିୟନ୍ତ୍ରଣ ନିମନ୍ତେ ବିଭିନ୍ନ ଉପାୟ ଓ ସୁବିଧା ଉପରେ ସବିଶେଷ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କଳମଛୁଇଁ ଗ୍ରାମରେ ଏକ ଜନସଚେତନ ରାଲି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କଳମଛୁଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଏଏନ୍ଏମ୍ ସ୍ବର୍ଣ୍ଣଲତା ଭୋଇ, ପ୍ରତିମା ସାହୁଙ୍କ ସମେତ ସମସ୍ତ ଆଶାକର୍ମୀ ସହଯୋଗ କରିଥିଲେ।