ଘଣ୍ଟପଡ଼ା ରେଲୱେ ଓଭର ବ୍ରିଜ କାର୍ଯ୍ୟ ତୁରନ୍ତ ସାରିବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କଲେ କାଳନ୍ଦି ସାମଲ

You are currently viewing ଘଣ୍ଟପଡ଼ା ରେଲୱେ ଓଭର ବ୍ରିଜ କାର୍ଯ୍ୟ ତୁରନ୍ତ ସାରିବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କଲେ କାଳନ୍ଦି ସାମଲ

ତାଳଚେର : ତାଳଚେର-ଅନୁଗୁଳ ମୁଖ୍ୟ ରାସ୍ତାର ଘଣ୍ଟପଡ଼ା ଠାରେ ନିର୍ମାଣ ହେଉଥିବା ରେଲୱେ ଓଭର ବ୍ରିଜର କାର୍ଯ୍ୟ ଶୀଘ୍ର ସାରିବାକୁ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ।
ସେ ଅଭିଯୋଗ କରିଛନ୍ତି ଯେ ଦୀର୍ଘ ଦିନ ହେବ ଏହି ଓଭରବ୍ରିଜ କାମ ଅଧା ପନ୍ତରିଆ ହୋଇ ପଡ଼ି ରହିଛି। ଫଳରେ ଘଣ୍ଟା ଘଣ୍ଟା ଧରି ରେଳ ଫାଟକ ବନ୍ଦ ରହିବା ଯୋଗୁଁ ସାଧାରଣ ଲୋକ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ଓଭର ବ୍ରିଜ କାର୍ଯ୍ୟ ସରି ପାରୁନାହିଁ। ଏଣୁ ଏହି କାମ ସାରିବାକୁ ଆଜି ନୂଆଦିଲ୍ଲୀ ରେଳ ଭବନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଘଣ୍ଟପଡ଼ା ରେଲୱେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ପଦକ୍ଷେପ ନେବାକୁ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୬ ମସିହାରୁ ଏମସିଏଲ ଏହି କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦେଇଥିବା ବେଳେ ୨୦୧୮ ମସିହାରେ କାମ ସରିବା କଥା। କିନ୍ତୁ ଏବେ ଯାଏଁ କାର୍ଯ୍ୟ ସରିନାହିଁ। ତେବେ ରେଳମନ୍ତ୍ରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସାମଲ କହିଛନ୍ତି।

Share

Leave a Reply