ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟ୍ଟା ଗ୍ରାମ ଓ ସନ୍ତରାବନ୍ଧ ପଞ୍ଚାୟତର ଚାଙ୍ଗୁଡ଼ିଆ ଗ୍ରାମରେ ମା’ଶ୍ୟାମାକାଳୀଙ୍କ ପୂଜା ଯଥା ରୀତିନୀତି ଅନୁଷ୍ଠିତ ହୋଇଛି। ଉଭୟ ମଣ୍ଡପରେ ପୂଜା ପ୍ରାରମ୍ଭରେ କଳସଯାତ୍ରା, ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଜୀବନ୍ୟାସ, ପ୍ରାଣ ପ୍ରତିଷ୍ଠା, ଚମ୍ପୁ ଦାନ, ମାତୃକା ପୂଜା ପାରମ୍ପରିକ ବିଧିବିଧାନ ଅନୁଯାୟୀ ସମାପନ କରାଯାଇଛି। ବାଲିପଟ୍ଟା ଗ୍ରାମର କାଳୀମନ୍ଦିର ଛକ ଠାରେ ମା’ଦକ୍ଷିଣ କାଳୀଙ୍କ ପୂଜା ଶେଷ ହୋଇଛି।
ପୂଜକ ପଦନ ଦାସ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପଂଚୁନାଥ ବେହେରା କର୍ତ୍ତା କାର୍ଯ୍ୟ ତୁଲାଇ ଥିଲେ। ବାଲିପଟ୍ଟା କାଳୀପୂଜା କମିଟିର ସଭାପତି ଅଭୟକାନ୍ତ ପ୍ରଧାନ ଓ ସମ୍ପାଦକ ସନ୍ତୋଷ ସାହୁଙ୍କ ନେତୃତ୍ଵରେ ସଦସ୍ୟ ସରାଜସଲଳ ଗଡ଼ନାୟକ, ଟୁନା ଗଡ଼ନାୟକ, ତାପସ ପ୍ରଧାନ, ତପନ ପ୍ରଧାନ, ସୁଧାକର ଦେହୁରୀ, ସଂବ ପ୍ରଧାନ, ସନ୍ତୋଷ ପ୍ରଧାନ, ଶରତ ପ୍ରଧାନ, ଅଜିତ ଗଡ଼ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ସେହିପରି ଚାଙ୍ଗୁଡିଆ ଗ୍ରାମର ଗ୍ରାମ ଛକ ଠାରେ ସଭାପତି ରତ୍ନାକର ପ୍ରଧାନ, ସମ୍ପାଦକ ବସନ୍ତ କୁମାର ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମବାସୀଙ୍କ ସହଯୋଗରେ ଏହି କାଳୀପୂଜା ସମ୍ପନ୍ନ ହୋଇଛି। ପୂଜକ ପ୍ରଶାନ୍ତ ଭୋଇ ଓ ଗ୍ରାମ ସଭାପତି ସସ୍ତ୍ରୀକ କର୍ତ୍ତା ଭାବେ ପୂଜା ସମ୍ପାଦନ କରିଥିଲେ। ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।