ତାଳଚେର ମେଡିକାଲ କଲେଜ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କାଳନ୍ଦି ସାମଲ

You are currently viewing ତାଳଚେର ମେଡିକାଲ କଲେଜ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କାଳନ୍ଦି ସାମଲ

ତାଳଚେର: ତାଳଚେର ମେଡିକାଲ କଲେଜ ସମ୍ପର୍କରେ ବରିଷ୍ଠ ବିଜେପି ନେତା ତଥା ଏନଏସଆଇସି ନିର୍ଦ୍ଦେଶକ କାଳନ୍ଦି ସାମଲ ଶୁକ୍ରବାର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ମୁକେଶ ମହାଲିଙ୍ଗଙ୍କୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି। ତାଳଚେର ମେଡିକାଲ କଲେଜ ସମ୍ପର୍କରେ ସମସ୍ତ ତଥ୍ୟ କାଳନ୍ଦି ସାମଲ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ଅନ୍ୟପଟେ ତାଳଚେର ମେଡିକାଲ କଲେଜ ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣଭାବେ ତତ୍ପର ଅଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ଶ୍ରୀ ସାମଲଙ୍କୁ ପ୍ରକାଶ କରିଛନ୍ତି। ଏବେ ବିଜେପି ସରକାର ଆସିବା ପରେ ବରିଷ୍ଠ ବିଜେପି ନେତା କାଳନ୍ଦି ସାମଲ ତାଳଚେର ମେଡିକାଲ କଲେଜ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିବା ସହ ମେଡ଼ିକାଲ କଲେଜ ଶୀଘ୍ର ଚାଲୁ କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇଛନ୍ତି ଏବଂ ଏଥିପ୍ରତି ତତ୍ପର ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି ଆଲୋଚନା ସମୟରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ବିଜେପି ଅନୁଗୁଳ ଜୋନାଲ ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଉପସ୍ଥିତ ଥିଲେ।

Share

Leave a Reply