ଭୁବନେଶ୍ବର: ଆସନ୍ତା ସୋମବାର ୧୫ ତାରିଖରେ ପୁଣି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ନିଜ ଅଭିଯୋଗ ପ୍ରକୋଷ୍ଠରେ ପୁଣି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ। ଉକ୍ତ ଦିନ ପୂର୍ବାହ୍ନ ୧୧ଟାରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ। ଅଭିଯୋଗ କରିବା ପାଇଁ ଲୋକେ ସୋମବାର ସକାଳ ୮ଟାରୁ ୧୨ ଟା ଯାଏ ନିଜ ନିଜ ନାମ ପଞ୍ଜୀକରଣ କରିପାରିବେ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: ପୁଣି ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- Post published:July 13, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul





