କଲ୍ୟାଣ ମଣ୍ଡପକୁ ନେଇ ଛକାପଞ୍ଝା ପ୍ରସଙ୍ଗ ପ୍ରଶାସନିକ ହସ୍ତକ୍ଷେପ, ଯୁଗ୍ମ ତଦନ୍ତ

You are currently viewing କଲ୍ୟାଣ ମଣ୍ଡପକୁ ନେଇ ଛକାପଞ୍ଝା ପ୍ରସଙ୍ଗ ପ୍ରଶାସନିକ ହସ୍ତକ୍ଷେପ, ଯୁଗ୍ମ ତଦନ୍ତ

ଅନୁଗୁଳ: ଅନୁଗୁଳ ଅମଲାପଡ଼ା ଦୁର୍ଗାମଣ୍ଡପ ପରିସରରେ ଏକ ଘରୋଇ ସଂସ୍ଥା ବେଆଇନ୍ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ନେଇ ବିବାଦ ଉଗ୍ର ରୂପ ନେଉଥିବା ବେଳେ ଏଥିରେ ପ୍ରଶାସନ ହସ୍ତକ୍ଷେପ କରିଛି। ବିପକ୍ଷ ଗୋଷ୍ଠୀ ବେଆଇନ୍ କଲ୍ୟାଣ ମଣ୍ଡପକୁ ହଟାଇବା ଦାବିରେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଶନିବାର ଅପରାହ୍ନରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଯୁଗ୍ମ ଟିମ୍ ଅମଲପଡ଼ା ଦୁର୍ଗାମଣ୍ଡପରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ପୌରପାଳିକା ଓ ରାଜସ୍ବ ବିଭାଗ ମିଳିତ ଭାବେ ଏହି ତଦନ୍ତ ଚଳାଇଛି। ରାଜସ୍ବ ବିଭାଗ ପକ୍ଷରୁ ଅତିରିକ୍ତ ତହସିଲଦାର ଓ ସଦର ଆର୍‌ଆଇ ପହଞ୍ଚି ଦୁର୍ଗାମଣ୍ଡପର ଜାଗା ମାପଚୁପ କରିଛନ୍ତି । ସେହିପରି ପୌର କର୍ତ୍ତୃପକ୍ଷ ମଣ୍ଡପରେ ନିର୍ମିତ ବିବାଦୀୟ କଲ୍ୟାଣ ମଣ୍ଡପ ସହ ବେଆଇନ୍ ସେଡ୍ ନିର୍ମାଣ ଆଦି ବୁଲି ଦେଖିଥିଲେ। ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ। ଖୁବ୍‌ଶୀଘ୍ର ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନେଇ ବିବାଦରେ ଯବନିକା ପକାଇବ ବୋଲି କୁହାଯାଉଛି।

Share

Leave a Reply