ଅନୁଗୁଳ : ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ସାନି ଶୁଣାଣି ଏକ ପ୍ରକାର ଶେଷ ହୋଇଛି । ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ଵତନ୍ତ୍ର(ପୋକସୋ) ଜଜ୍ ପ୍ରଭାକର ଗଣ୍ଠିଆ ମାମଲାର ଶୁଣାଣି କରି ଅଭିଯୁକ୍ତ ଅନାମ ଓରଫ୍ ଶ୍ରୀନିବାସ ଦେହୁରୀ(୨୫) କୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତା ୨୨ ତାରିଖ ଦିନ ଦୋଷୀ ବିରୁଦ୍ଧରେ ଦଣ୍ଡାଦେଶ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ପ୍ରକାଶ ଯେ, ୨୦୧୯ ମସିହା ଜାନୁଆରୀ ୨୦ ତାରିଖରେ ଅନୁଗୁଳ ସହର ଉପକଣ୍ଠ କାଙ୍ଗୁଲା ଗ୍ରାମରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଥିଲା। ପୁଲିସ ୬୦ ଘଣ୍ଟାର ତନାଘନା କରି ଅଭିଯୁକ୍ତ ଅନାମକୁ କଲିକତାରୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଘଟଣାର ମାସକ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଘଟଣାର ୬ ମାସ ମଧ୍ୟରେ ମାମଲାର ରାୟ ପ୍ରକାଶ ପାଇଥିଲା । ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଟ୍ରାଏଲ୍ ଚାଲିଥିବା ବେଳେ ତତ୍କାଳୀନ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସୁରେଶ କୁମାର ପ୍ରଧାନ ଅଭିଯୁକ୍ତ ଅନାମକୁ ଦୋଷୀ ସାବ୍ୟସ୍ତ କରି ଐତିହାସିକ ଫାଶୀ ଦଣ୍ଡାଦେଶ ଦେଇଥିଲେ ।
କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା
- Post published:April 20, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul