କଣିହାଁରୁ ବାଲିପଶି ଯାଏଁ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ଦାବି: ବିଡିଓଙ୍କୁ ଦାବିପତ୍ର ପ୍ରଦାନ

You are currently viewing କଣିହାଁରୁ ବାଲିପଶି ଯାଏଁ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ଦାବି: ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ମହକୁମା ଠାରୁ ବାଲିପଶି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ସେବା ଦାବିରେ ନାରୀ ନିର୍ଯାତନା ବିରୋଧୀ ଗଣ କମିଟି ପକ୍ଷରୁ କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଝରାବେରେଣୀ, ଖଜୁରିଆ, ସାପକଟା, ଅନ୍ଧାରୀ, ନିଆଳୁ, ବଳରାମପୁର, ଲୋଧାଝରୀ କୁଆଦରା, କାଳିଆଦମା, ପଳଶାବାହାଳି ଆଦି ଗାଁର ୫ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଗମନାଗମନ ପାଇଁ କୌଣସି ବସ ସେବା ନାହିଁ। ଏହି ଅଞ୍ଚଳରୁ କଣିହାଁ ଡାକ୍ତରଖାନା, ବ୍ଲକ ଅଫିସ, ତହସିଲ ଅଫିସ, ହାଟ ବଜାର, ଏନଟିପିସି କାରଖାନା ଆଦି ସ୍ଥାନକୁ ବହୁ ଅଭାବୀ ଗରିବ ଲୋକ ସାଇକେଲରେ, ପାଦରେ ଚାଲି ଚାଲି ଯିବା ଆସିବା କରିଥାନ୍ତି।

ଅନେକ ଛାତ୍ରଛାତ୍ରୀ କଣିହାଁ ମହାବିଦ୍ୟାଳୟକୁ ପାଠ ପଢିବା ପାଇଁ ଯିବା ଆସିବା କରନ୍ତି। ସେମାନେ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ବାଲିପଶି ସରପଞ୍ଚ ହାଡିବନ୍ଧୁ ସେଠୀ କହିଥିଲେ। ଦାବିପତ୍ର ପ୍ରଦାନରେ ବିଶାଖା ସାହୁ, ଗୀତାଞ୍ଜଳି ସାହୁ, ଜାନକୀ ସେଠୀ, ସୁଭଦ୍ରା ପ୍ରଧାନ, ସୂର୍ଯ୍ୟ ଦେହୁରୀ, ଜେମାମଣି ନାଏକ, ରୂପବତୀ ଗଡନାୟକ, ଗୌତମ ସେଠୀ, ପରମାନନ୍ଦ ସାହୁ, ରମା ସାହୁ, ମାନସୀ ସ୍ୱାଇଁ, ମୀନତି ସାମଲ, ପ୍ରଗତି ନାୟକ, ପଙ୍କଜିନୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply