ଅନୁଗୁଳ: ଟ୍ରକ ଧକ୍କାରେ ଭୁଶୁଡ଼ି ପଡ଼ିଲା ଇଲେକ୍ଟ୍ରିକ ଖୁଣ୍ଟ। ପୂରା ଅଞ୍ଚଳ ଅନ୍ଧାର। ଅନ୍ଧକାର ଯୋଗୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ବ୍ୟାହତ ହୋଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ବଜାର ତେଲିସିଂହା ଛକ ଠାରୁ କଣିହାଁ କୋଇଲା ଖଣି ଓ ଜେଇଆପିଏଲକୁ କୋଇଲା ପରିବହନ କରୁଥିବା ଏକ ଟ୍ରକ ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ଏକ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ଖୁଣ୍ଟଟି ଭାଙ୍ଗି ପଡ଼ିଥିଲା। ଏଥି ପାଇଁ ଦିନ ତମାମ ବିଦ୍ୟୁତ ବିଭ୍ରାଟ ସହ ଯାତାୟାତ ବି ଠପ୍ ହୋଇଛି। ବର୍ତ୍ତମାନ ପିଲାଙ୍କ ପରୀକ୍ଷା ସମୟ ହୋଇଥିବାରୁ ଘଣ୍ଟା ଘଣ୍ଟା ଧରି ବିଜୁଳି ନ ଥିବାରୁ ପଢ଼ା ପ୍ରଭାବିତ ହୋଇଛି। ଏଣୁ ଅଭିଭାବକ ଅସନ୍ତୋଷ ଝାଡ଼ିଛନ୍ତି।
ଏ ନେଇ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସ୍ମୃତି ସମୀୟ ଦାସଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ।