ନୂଆ ବର୍ଷରେ କଙ୍କାଳ ଗଲା କଟକ

You are currently viewing ନୂଆ ବର୍ଷରେ କଙ୍କାଳ ଗଲା କଟକ

ଅନୁଗୁଳ:ନୂଆ ବର୍ଷ ସକାଳେ କଣିହାଁ ଥାନା ଅନ୍ତର୍ଗତ ଛେଳିଆ ଅଞ୍ଚଳର ଅନୀଲ ପ୍ରଧାନଙ୍କ ଗଳିତ ତଥା କଙ୍କାଳ ସାର ଶବକୁ ବ୍ୟବଛେଦ ନିମନ୍ତେ କଟକ ଏସ୍‌ସିବି ମେଡିକାଲ କଲେଜ ପଠାଯାଇଛି। ଘଟଣାରୁ ପ୍ରକାଶ ଯେ, ପ୍ରାୟ ଦୁଇ ସପ୍ତାହ ତଳେ ଅନୀଲ ନିଖୋଜ ହେବାନେଇ ପରିବାର ଲୋକେ ଏତଲା ଦେଇଥିଲେ। ତିନିଦିନ ତଳେ କଳମଛୁଇଁ ମାଇନିଂ ଏରିଆର ଏକ ନିଛାଟିଆ ଅଂଚଳରେ ଅନୀଲଙ୍କ ଶବ ଠାବ ହୋଇଥିଲା।ପରି ବାର ପକ୍ଷରୁ ଶବ ଚିହ୍ନଟ କରାଯିବା ସହ ତାଙ୍କୁ ହତ୍ୟା ନେଇ ଅଭିଯୋଗ କରିଥିଲେ।
ଏହାପରେ ଶବକୁ ଅନୁଗୁଳ ଅଣାଯାଇ ଦୁଇଜଣ ଡାକ୍ତର ଙ୍କ ଦ୍ୱାରା ବ୍ୟବଛେଦ କରାଜିବ ବୋଲି ନିଷ୍ପତି ନିଆଗଲା। କିନ୍ତୁ ଶବ ଟି ମାତ୍ରାଧିକ ଗଳିତ ହୋଇ ଯାଇଥିବାରୁ ବ୍ୟବଛେଦ ନେଇ ଡାକ୍ତର ଅମଙ୍ଗ ହୋଇଥିଲେ। ତେଣୁ ଶେଷରେ ପୁଲିସ ପକ୍ଷରୁ ଶବ ର ଉଚ୍ଚତର ବ୍ୟବଛେଦ ଓ ତଦନ୍ତ ପାଇଁ ମହାପ୍ରୟାଣ ଗାଡିରେ କଟକ ପଠାଯାଇଚି ।

Share

Leave a Reply