ଅନୁଗୁଳ: ଇଂରାଜୀ ନବବର୍ଷ ଉପଲକ୍ଷେ ଶନିବାର ଅନୁଗୁଳ ପୌରପାଳିକାର ବିଭିନ୍ନ ଅଞ୍ଚଳରେ ଥିବା ମହାପୁରୁଷମାନଙ୍କ ପ୍ରତିମୂଷିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିମାନେ ସହରର ବିଭିନ୍ନ ସ୍ଥାନରେ ଥିବା ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ବିଜୁ ପଟ୍ଟନାୟକ ଓ ରାଜା ସୋମନାଥ ସିଂ ଜଗଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଏ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ଭକ୍ତିପ୍ରସାଦ ଦାସ, ଓଡିଶା ମୋ ପରିବାର ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ
- Post published:January 2, 2022
- Post category:ଅନ୍ୟାନ୍ୟ
- Post comments:1 Comment
- Post author:Angul TV Bureau






Happy new year
2022