ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଗୁରୁଜାଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ପଡିଆଭଙ୍ଗା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗାଙ୍ଗୁଲି ନାୟକଙ୍କର ଘରଦ୍ଵାର, ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ତାଙ୍କର ମା’ ପୋଡ଼ି ଆହତ ହୋଇଛନ୍ତି। ପକ୍ଷାଘାତ ରୋଗରେ ପୀଡ଼ିତ ଗାଙ୍ଗୁଲି ଏହି ଅଗ୍ନିକାଣ୍ଡ ଯୋଗୁଁ ସମ୍ପୂର୍ଣ୍ଣ ନିଃସହାୟ ହୋଇପଡ଼ିଛନ୍ତି। ସମାଜସେବୀ ବିଭୁତି ସାହୁ ଅଗ୍ନିବିପନ୍ନ ପରିବାରକୁ ଭେଟି ତାଙ୍କୁ ସମବେଦନା ଜଣାଇବା ସହ ଶୁଖୁଲା ଖାଦ୍ୟ, କମ୍ବଳ, ଜରିପାଲ ପ୍ରଦାନ କରିଛନ୍ତି। ଅଜୟ କୁମାର ନାୟକ, ଜଗନ ମୋହନ ଶିଖର ନାଏକ, ଜଗଦୀଶ ମିଶ୍ର, ନରେଶ ଲୋହାର ଓ ପଲ୍ଲଭ ଘୋଷ ଏଥିରେ ସହଯୋଗ କରିଥିଲେ। ଗାଙ୍ଗୁଲିଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
ଅଗ୍ନିବିପନ୍ନ ପରିବାରକୁ ସହାୟତା
- Post published:January 2, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
