ଓବିସିଙ୍କ ସ୍ଥାନ ସଂରକ୍ଷଣ ଦାବିରେ ଆନ୍ଦୋଳନ କରିବ ବିଜେପି

You are currently viewing ଓବିସିଙ୍କ ସ୍ଥାନ ସଂରକ୍ଷଣ ଦାବିରେ ଆନ୍ଦୋଳନ କରିବ ବିଜେପି

ଅନୁଗୁଳ: ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ସ୍ଥାନ ସଂରକ୍ଷଣ ଦାବିରେ ବିଜେପି ଆନ୍ଦୋଳନ କରିବ ବୋଲି ସ୍ଥିର କରିଛି। ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟରେ ଅନୁଗୁଳ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସରୋଜ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ପଛୁଆ ବର୍ଗଙ୍କ ଅଧିକାରକୁ ସରକାର କ୍ଷୁର୍ଣ୍ଣ କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜ୍ୟରେ ୫୪ ପ୍ରତିଶତ ଓବିସି ହୋଇଥିବା ବେଳେ ସବୁ କ୍ଷେତ୍ରରେ ପଛୁଆବର୍ଗକୁ ଅବହେଳା ପ୍ରଦର୍ଶନ କରାଯାଉଛି। ସରକାରୀ ଚାକିରୀ କ୍ଷେତ୍ରରେ ମାତ୍ର ଶତକଡ଼ା ୨ ପ୍ରତିଶତ ଲୋକଙ୍କୁ ସଂରକ୍ଷଣ ବ୍ୟବସ୍ଥା ମିଳିଥିବାବେଳେ ଓବିସି କମିଶନ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ରାଜ୍ୟରେ ଆମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ପାଇଁ ସ୍ଥାନ ସଂରକ୍ଷଣ ନ କରିବା ରାଜ୍ୟ ସରକାର ଓ ବିଜେଡିର ଓବିସି ବିରୋଧ ମନୋଭାବ ପ୍ରକାଶ କରୁଛି ବୋଲି ବକ୍ତାମାନେ କହିଥିଲେ। ବିଜେଡି ସରକାରରେ ଥାଇ ଓବିସି ବର୍ଗଙ୍କୁ ସଂରକ୍ଷଣ ନକରି ନିଜ ଦଳ ଭିତରେ କରିବା ସଂପୂର୍ଣ୍ଣ ରାଜନୀତି ଅଟେ। ଗତ ପାଞ୍ଚଟି ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣରେ ଓବିସି ବର୍ଗ ନିର୍ବାଚନ ଲଢ଼ି ଥିଲା। ଓବିସି କମିଶନ ଗଠନରେ ବିଳମ୍ବ ଓ ଉଚ୍ଚତମ ନ୍ୟାୟାଳୟକୁ ସବିଶେଷ ତଥ୍ୟ ସରକାର ଦେବାରେ ବିଫଳ ହେବାରୁ ଆଜି ଓବିସି ବର୍ଗ ନିର୍ବାଚନ ଲଢିବାରେ ଦ୍ଵନ୍ଦରେ ଅଛନ୍ତି। ଏଣୁ ଅନୁଗୁଳ ଜିଲ୍ଲା ଓବିସି ବର୍ଗଙ୍କୁ ନିର୍ବାଚନରେ ସ୍ଥାନ ସଂରକ୍ଷଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟି ଆସନ୍ତା ୩ ତାରିଖରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବା ଓ ସାରା ଜିଲ୍ଲାରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ବୈଠକରେ ନିଷ୍ପତି ହୋଇଛି। ବୈଠକରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ପ୍ରଧାନ, ବିଜେପି ନେତା ଅଗସ୍ତି ବେହେରା, ଚୌଧୁରୀ ପ୍ରଧାନ, ପ୍ରଦୀପ ପ୍ରଧାନ, ସୁଦିପ ଗଡନାୟକ, ଯଶୋବନ୍ତ ପ୍ରସାଦ ବେହେରା, ଲକ୍ଷ୍ମଣ କୁମାର ସାହୁ, କହ୍ନେଇ ସାହୁ, ବିଭୂତି ସାହୁ, ହରେକୃଷ୍ଣ ପ୍ରଧାନ, ସୁଧାକର ବେହେରା, ନବକିଶୋର ପ୍ରଧାନ, ମିଲପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply