କାର୍ତ୍ତିକ ପୂର୍ଣ୍ଣିମାରେ ଶୈବ ପୀଠରେ ପ୍ରବଳ ଭିଡ଼: ଭୋରରୁ ଭୋରରୁ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

You are currently viewing କାର୍ତ୍ତିକ ପୂର୍ଣ୍ଣିମାରେ ଶୈବ ପୀଠରେ ପ୍ରବଳ ଭିଡ଼: ଭୋରରୁ ଭୋରରୁ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଅନୁଗୁଳ: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଭୋରରୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଅନୁଗୁଳ ସହରରେ ପ୍ରମୁଖ ମନ୍ଦିରରେ ମଧ୍ୟ ଭକ୍ତମାନେ ଲମ୍ବା ଧାଡି ହୋଇ ମନ୍ଦିର ଦର୍ଶନ କରିଛନ୍ତି। ଅନୁଗୁଳ ସହର ନାରାୟଣ ସାଗର ପୁଷ୍କରିଣୀରେ ଡଙ୍ଗା ଭସାଇବା ପାଇଁ ଆବାଳ ବୃଦ୍ଧବନିତା ସକାଳୁ ଉପସ୍ଥିତ ରହି ଡଙ୍ଗା ଭସାଇ ଥିଲେ।ଡଙ୍ଗା ଭସାଇବା ପରେ ସମସ୍ତେ ମନ୍ଦିର ଦର୍ଶନ କରିଥିଲେ।

ଏ ଅବସରରେ ସହରର ବିଭିନ୍ନ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମନ୍ଦିର କମିଟି ତରଫରୁ ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ କରିବାକୁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ଅନୁଗୁଳ ସହର ତଥା ସହର ନିକଟସ୍ଥ ଜରସିଂଘା ଗ୍ରାମର ମଝିକା ଶିବ ମନ୍ଦିର, ଟିପିରିସିଂଘା ମନ୍ଦିର, ଚଣ୍ଡୀ ଖମଣ ମନ୍ଦିର, ଅନୁଗୁଳ ଆଖଣ୍ଡଳମଣି ମନ୍ଦିର ଇତ୍ୟାଦିରେ ଶତାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

Share

Leave a Reply