ଅନୁଗୁଳରେ ୩୮ତମ ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ, ଝୁମେଇଲେ ଟି.ସୌରୀ

0

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ଵାରା ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ସଭାଘରଠାରେ ଦୁଇଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଉଦଯାପିତ୍ ହୋଇଛି।

ସୋମବାର ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି, ଉପ ଜିଲ୍ଲାପାଳ ବରଣେୟନ୍ଦୁ ମହାନ୍ତି ଓ ସୁନାମଧନ୍ୟ କଣ୍ଠ ଶିଳ୍ପୀ ଟି.ସୌରି ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କଳାକାରର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ ସ୍ବାଗତ ଅଭିଭାଷଣ ରଖିଥିଲେ। ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚାଇ ରଖିବାକୁ କଳାକାର ତାର ନିରନ୍ତର ପ୍ରୟାସ ଜାରି ରହିବ ବୋଲି କହିଥିଲେ ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ସଂପାଦକୀୟ ପାଠ କରିଥିଲେ।ଏହା ପରେ ଅତିଥିମାନେ କଳାକାର ସମ୍ପାଦିତ ସ୍ମରଣିକା ଉନ୍ମୋଚନ କରିଥିଲେ। ପରେ କଳାକାର ସଦସ୍ୟଙ୍କ ଦ୍ଵାରା ସଙ୍ଗୀତ ଓ ବୋଇତ ବନ୍ଦାଣ ନୃତ୍ୟ ନାଟକ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ଟି ସୌରି ନିଜର ହିଟ ଗୀତ ଗାଇ ଦର୍ଶକଙ୍କର ମନୋରଞ୍ଜନ କରିଥିଲ। ପରେ ପୂର୍ବରୁ ଆୟୋଜିତ ରଙ୍ଗୋଭର, ଚିତ୍ରାଙ୍କନ, ଓଡ଼ିଶୀ ନୃତ୍ୟ, ଦଳଗତ ଲୋକ ନୃତ୍ୟର ବିଜୟୀ ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କଳାକାର ସଦସ୍ୟ ଡ.ବୈରାଗୀ ମଲ୍ଲିକ, ସୁଶ୍ରୀ ପ୍ରତ୍ୟୁଷା ରଥ, ହରମୋହନ ଦାସ, ଉପସଭାପତି ବୀରେନ୍ଦ୍ର କୁମାର ପ୍ରଧାନ, ଶରତ ମାଝୀ, କ୍ଷୀରୋଦ ପାତ୍ର, ଇନ୍ଦିରା ଦାସ, ଅନିତା ସିଂ ଦେଓ, ମନୋଜା ନାଏକ, ରୁଚିର କୁମାର ବରାଳ, ସନ୍ତୋଷ କୁମାର ନାୟକ , ଅଜୟ କୁମାର ସାହୁ, ପ୍ରଶାନ୍ତ ରଥ, ଦେବବ୍ରତ ପଟ୍ଟନାୟକ, ବିଦେଶୀ ନାଏକ, ପ୍ରଫୁଲ୍ଲ ଦାସ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.

error: Content is protected !!