ବୋଇତ ବନ୍ଦାଣ ହେଲା କାଳ: କେନାଲରେ ଭାସି ଯୁବକ ମୃତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଧୀନସ୍ଥ ସମଲ ରାଇଟ୍ କେନାଲରେ ବୋଇତ ବନ୍ଦାଣ ବେଳେ ଅଘଟଣ। ଡଙ୍ଗା ଭସାଇବା ବେଳେ କେନାଲରେ ଭାସି ଯାଇ ଏଠାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ପାଳଲହଡ଼ା ଚଷାଗୁରୁଜାଙ୍ଗର ଆଶିଷ କୁମାର ସାହୁ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଆଶିଷ ଛୋଟ ବେଳୁ ମାମୁଁ ଘର କଙ୍କିଳି ଗାଁରେ ରହି ଆସୁଥିଲେ। ସେ ଏକ ଘରୋଇ ଗାଡି ଫାଇନାନ୍ସ କମ୍ପାନୀରେ ଚାକିରି ମଧ୍ୟ କରିଥିଲେ। ଆଜି ସକାଳେ ସେ ଗାଁ ଯୁବକଙ୍କ ସହ ଡଙ୍ଗା ଭସାଇବାକୁ କେନାଲକୁ ଯାଇଥିବା ବେଳେ ଗୋଡ଼ ଖସିଯାଇଥିଲା। ଫଳରେ ସେ ଗଭୀର ପାଣିକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପାଣିରୁ ଉଦ୍ଧାର କରି ମଣ୍ଡାପାଳ ହସପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.

error: Content is protected !!