ଆଧାର କାର୍ଡ, ଏଟିଏମ ଓ ଡ୍ରାଇଭିଂ ଲାଇସେନ୍ସ ପାଇ ଥାନାରେ ଦେଲେ ଦୁଇ ବନ୍ଧୁ

You are currently viewing ଆଧାର କାର୍ଡ, ଏଟିଏମ ଓ ଡ୍ରାଇଭିଂ ଲାଇସେନ୍ସ ପାଇ ଥାନାରେ ଦେଲେ ଦୁଇ ବନ୍ଧୁ

ଅନୁଗୁଳ : ଅନୁଗୁଳ ସହର କଳ୍ପତରୁ ହୋଟେଲ ପାଖରୁ ମଙ୍ଗଳବାର ଦୁଇ ଯୁବ ବନ୍ଧୁ ଚନ୍ଦନ କୁମାର ସାହୁ ଓ କମଳକାନ୍ତ ସାହୁ ଜଣଙ୍କର ଆଧାର କାର୍ଡ, ଏଟିଏମ ଓ ଡ୍ରାଇଭିଂ ଲାଇସେନ୍ସ ପାଇ ଅନୁଗୁଳ ଥାନାରେ ଦେଇଛନ୍ତି। ଥାନାର ଏଏସ୍ଆଇ ପ୍ରଶାନ୍ତ ସାହୁଙ୍କୁ ଏହି ଡକ୍ୟୁମେଣ୍ଟ ଗୁଡିକ ପ୍ରଦାନ କରାଯାଇଛି। ଖବର ଦେଇ ଏହି ଡକ୍ୟୁମେଣ୍ଟ ଗୁଡିକ ପ୍ରଦାନ କରିବାକୁ ପୁଲିସକୁ ଅନୁରୋଧ କରିଛନ୍ତି। ସୂଚନା ଯେ, ହଜିଥିବା ଡକ୍ୟୁମେଣ୍ଟ ଗୁଡିକ ହେଉଛି ଠାକୁରଗଡ଼ ଥାନା ଅନ୍ତର୍ଗତ ଖଜୁରିଯୋଡ଼ା ଗାଁର ରଞ୍ଜିତ ରାଉତଙ୍କର।

Share

Leave a Reply