ଅନୁଗୁଳ: ଶନିବାର ପୂର୍ବାହ୍ନରେ ତାଳଚେର ସ୍ଥିତ ସରକାରୀ ଆଇଟିଆଇ ଠାରେ “କୌଶଳ ରଥ” ଗଡ଼ିଛି। ଏହି ରଥକୁ ଜିଲ୍ଲା ନିୟୋଜନ ଅଧିକାରୀ ଦେବାଶିଷ ସାହୁ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ତାଳଚେର ସରକାରୀ ଆଇଟିଆଇର ଅଧ୍ୟକ୍ଷା ଶୁଭାଙ୍ଗୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଏହି ରଥରେ ଅଭିଜ୍ଞତା ଥିବା ପ୍ରଶିକ୍ଷକଙ୍କ ଦ୍ଵାରା ଦକ୍ଷତାଜନିତ ପ୍ରଶିକ୍ଷଣ ଓ ବିଭିନ୍ନ ଯନ୍ତ୍ରପାତି ପ୍ରଦର୍ଶନ କରାଯିବ ସହ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର କୌଶଳ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ପରେ ଏହି ରଥ ତାଳଚେର ସ୍ଥିତ ଯୁବରାଜ ଉଚ୍ଚ ବିଦ୍ୟାଳୟ ଓ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ଠାରେ ପରିଭ୍ରମଣ କରିଥିଲା। ସବୁଠି ଛାତ୍ରଛାତ୍ରୀ କୌଶଳ ରଥକୁ ସ୍ଵାଗତ କରିଥିଲେ। ଏହି ରଥ ଶନିବାର ଠାରୁ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି।
ଗଡ଼ିଲା “କୌଶଳ ରଥ”, ଦକ୍ଷତା ବିକାଶ ନେଇ ପ୍ରଶିକ୍ଷଣ ନେଲେ ଛାତ୍ରଛାତ୍ରୀ
- Post published:July 28, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul