ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା : ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ ଜବତ

You are currently viewing ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା : ୩୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କେନ୍ଦୁପତ୍ର ସହ ଟ୍ରକ ଜବତ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ରେଞ୍ଜ୍ ଅଧୀନରେ ଆସୁଥିବା ସିପିପି ଛକ ଠାରୁ ଏକ ୧୦ ଚକିଆ ଟ୍ରକ ସହ କେନ୍ଦୁପତ୍ର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ଯ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ।

ସୂଚନାଯୋଗ୍ୟ ଯେ, ଆଠମଲ୍ଲିକ ଅଞ୍ଚଳରୁ କଟକ ଅଞ୍ଚଳକୁ ଏକ ୧୦ ଚକିଆ ଟ୍ରକରେ ବେଆଇନ୍ ଭାବେ କେନ୍ଦୁପତ୍ର ବୋଝେଇ ଯାଉଥିବା ଖବର ବନ ବିଭାଗ ପାଖରେ ପହଞ୍ଚିଥିଲା। ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ରେଞ୍ଜର ହରମୋହନ ନାୟକ ଏବଂ ତାଙ୍କ ଟିମ୍ ସିପିପି ଛକ ଠାରେ ଏହି ୧୦ ଚକିଆ ଟ୍ରକକୁ ଯାଞ୍ଚ କରିଥିଲେ। ଏହି ଟ୍ରକରେ ବେଆଇନ ଭାବେ କେନ୍ଦୁପତ୍ର ବୋଝେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ଏହି କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁଗୁଳ ରେଞ୍ଜର ସୂଚନା ଦେଇଛନ୍ତି।

Share

Leave a Reply