ଅନୁଗୁଳ: ଅନୁଗୁଳ ପୌରପାଳିକା ମଧ୍ୟରେ ଏବେ ପ୍ରାୟ ୫ ଶହ ବୁଲା କୁକୁର ସହର ବାସୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିବାବେଳେ ଏବେ ଏହାର ଅନ୍ତ ଘଟିବାର ସମ୍ଭାବନା ଦେଖାଦେଇଛି। ବହୁ ବର୍ଷର ଦାବି ପରେ ସହର ଭିତରେ ଏକ ଶ୍ୱାନାଳୟ ବା କେନେଲ ଖୋଲିବାକୁ ଯୋଜନା ଚାଲିଛି। ଅନୁଗୁଳ କଲେଜ୍ ଛକ ପାଖରେ ଥିବା ଏକ ସରକାରୀ ଜାଗାରେ ଏହି କେନେଲ୍ ତିଆରି ହେବା। ବୁଲା କୁକୁରଙ୍କୁ ଧରାଯାଇ ସେଠାରେ ରଖାଯିବା ପରେ ସେମାନଙ୍କ ବନ୍ଧ୍ୟାକରଣ କରାଯିବ ଏବଂ ପରେ ଛାଡି ଦିଆଯିବ। ଏହାଦ୍ବାରା ଅଯଥା ବଂଶ ବୃଦ୍ଧିକୁ ରୋକା ଯାଇ ପାରିବ ।
ସାବାଡ ହେବେ ବୁଲା କୁକୁର: ଖୋଲିବ ଶ୍ୱାନାଳୟ
- Post published:July 20, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul


