ଖଲାରି ଗାଁ ରେ ହାତୀ ପଲ ଲୋକେ ଆତଙ୍କିତ

You are currently viewing ଖଲାରି ଗାଁ ରେ ହାତୀ ପଲ ଲୋକେ ଆତଙ୍କିତ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ଖଲାରି ଗାଁରେ ବୁଧବାର ସକାଳେ ୨୦ଟି ହାତୀ ପଲକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସେମାନେ ଗାଁ ପାଖ ବୁଦୁ ବୁଦୁ କିଆ ଜଙ୍ଗଲରେ ବୁଲି ଡାଳ ପତ୍ର ଖାଉଥିଲେ। ନିକଟରେ ନାଲକୋ ପାଖ ବେନ୍ତପୂର୍, ତୁଳସୀପାଳ ଗାଁ ରେ ହାତୀ ଆତଙ୍କ ଖେଳାଇବା ସହ ଧାନ ଫସଲ ନଷ୍ଟ କରିଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ହାତୀ ପଲଙ୍କୁ ଜଗି ରହି ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

Share

Leave a Reply