ଅନୁଗୁଳ: ଯୁଗ ବଦଳିଛି; ଶହ ଶହ ବର୍ଷ ଧରି ଚାଲି ଆସିଥିବା ଶାଳପତ୍ର ଖଲି ଚଉପଦି କାରବାର ଏବେ ସ˚କଟରେ। ଜିଲ୍ଲାର ବିଭିନ୍ନ ଅଂଚଳରେ ଶହ ଶହ ପରିବାର ଏଭଳି ଖଲି ଚଉପଦି କାରବାର କରି ଚଳନ୍ତି। ଅନୁଗୁଳ, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ତିପଦା ଆଦି ଅଞ୍ଚଳରେ ପୁରୁଷାନୁକ୍ରମେ ଗ୍ରାମବାସୀ ଏଭଳି ଖଲି ଚଉପଦି କାରବାର କରିଥାନ୍ତି। ନିଜ ପାଇଁ ରୋଜଗାର ସାଙ୍ଗକୁ ହୋଟେଲ୍, ଜଳଖିଆ ଦୋକାନ ପାଇଁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ଏହି ଖଲି ଚଉପଦି ବହୁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ବିଭିନ୍ନ ସ୍ଥାନରେ ଜଙ୍ଗଲ ପଦା ହେବା ଯୋଗୁଁ ଆଉ ଆଗଭଳି ପତ୍ର ମିଳୁନଥିବା ବେଳେ ଥର୍ମୋକୁଲ୍ ଥାଳି ତାଟିଆ ଏଥିରେ ପ୍ରତିବନ୍ଧକ ସାଜିଛି। ବୈଜ୍ଞାନିକ ଏବ˚ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଖଲି ଚଉପଦି ଥର୍ମୋକୁଲ୍ ଥାଳି ତାଟିଆ ଅପେକ୍ଷା ଅଧିକ ସ୍ବାସ୍ଥ୍ୟ ଉପଯୋଗୀ। ଏପରିକି ଥର୍ମୋକୁଲ୍ ପରିବେଶ ପ୍ରତି ସାଙ୍ଘାତିକ ବିପଦ ଡାକିଆଣିବ। ଏଭଳି କ୍ଷେତ୍ରରେ ଅନଗୁଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ୍ ବିରୋଧରେ ଯେତେ ସଚେତନତା ସୃଷ୍ଟି କରାଗଲେ ବି ତାହା ସଫଳ ହେଉନାହିଁ। ବାରମ୍ବାର ଚଢ଼ାଉ ସତ୍ତ୍ବେ ଅସାଧୁ ବେପାରୀ ଲୁଚାଛପାରେ ଥର୍ମୋକୁଲ୍ ପ୍ଲେଟ୍, ଗିନା ବିକ୍ରି କରୁଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ତେଣୁ ଚଢ଼ାଉକୁ ଜୋର୍ଦାର୍ କଲେ ଯାଇ ଥର୍ମୋକୁଲ୍ ଉପକରଣର ବ୍ୟବହାର କମିବ ଏବ˚ ସମାଜକୁ ଏକ ସମ୍ଭାବ୍ୟ ବିପର୍ଯ୍ୟୟରୁ ରକ୍ଷା କରାଯାଇପାରିବ।
ମରି ମରିଯାଉଛି ଶାଳପତ୍ର ଖଲି ଚଉପଦି ବ୍ୟବସାୟ
- Post published:January 10, 2021
- Post category:ସ୍ୱତନ୍ତ୍ର
- Post comments:0 Comments
- Post author:Biswaranjan Pattnaik

Tags: Angul