ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ସମ୍ମୁଖରେ ଥିବା ବଅଁରପାଳ ଉଚ୍ଚ ବିଦ୍ୟାଳୟର ଜଣେ ୧୪ ବର୍ଷୀୟା ଛାତ୍ରୀକୁ ଅପହରଣ କରିବା ଅଭିଯୋଗରେ ମଉସା ଓ ପୁତୁରାଙ୍କୁ ଗିରଫ କରିବା ସହ ଝିଅକୁ ଉଦ୍ଧାର କରିଛି ପୋଲିସ। ଚଳିତ ମାସ ୧୮ ତାରିଖ ଦିନ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା। ଏନେଇ ନାବାଳିକାର ପରିବାର ଲୋକ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ।
ପୋଲିସ ସୂଚନା ମୁତାବକ, କଣ୍ଟାବଣିଆ ଥାନା ଅଞ୍ଚଳର ସୌଭାଗ୍ୟ ବେହେରା ସମ୍ପୃକ୍ତ ଛାତ୍ରୀଙ୍କୁ ଅପହରଣ କରି ଭୁବନେଶ୍ୱର ନେଇ ରଖିଥିଲା। ସେଠାରେ ସେ ଛାତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲା। ଖବର ପାଇ ପୋଲିସ ସେଠାରେ ଅଚାନକ ଚଢ଼ଉ କରି ନାବାଳିକାକୁ ଉଦ୍ଧାର କରିବା ସହିତ ସୌଭାଗ୍ୟକୁ ଗିରଫ କରିଛି। ଏହି ମାମଲାରେ ସୌଭାଗ୍ୟକୁ ତା ମଉସା ତାପସ ବେହେରାସହଯୋଗ କରିଥିବାରୁ ପୋଲିସ ତାକୁ ମଧ୍ୟ ଗିରଫ କରିଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ।