ରାସ୍ତାରୁ ଅପହରଣ କରି ମାଗିଲେ ଟଙ୍କା, ନ ଦେବାରୁ ନିସ୍ତୁକ ପିଟିଲେ; ଉଦ୍ଧାର କଲା ପୁଲିସ

You are currently viewing ରାସ୍ତାରୁ ଅପହରଣ କରି ମାଗିଲେ ଟଙ୍କା, ନ ଦେବାରୁ ନିସ୍ତୁକ ପିଟିଲେ; ଉଦ୍ଧାର କଲା ପୁଲିସ

ଅନୁଗୁଳ: ରାସ୍ତାରୁ ଅପହରଣ କରି ମାଗିଲେ ଟଙ୍କା। ଟଙ୍କା ନ ମିଳିବାରୁ ନିସ୍ତୁକ ପିଟିଲେ। ସୁନା ଚେନ୍, ମୁଦି, ବ୍ରେସଲେଟ ସହ ପାଖରେ ଥିବା ଟଙ୍କା ଏବଂ ମୋବାଇଲ ନେଇଗଲେ ଦୁର୍ବୃତ୍ତ। ଆଜି ତାଳଚେର ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ।

ସ୍ଥାନୀୟ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ ସୋଲଡ଼ା ଗ୍ରାମର ଦୀପକ ପ୍ରଧାନ ତାଙ୍କ ସ୍କୁଟି ଯୋଗେ ଅନୁଗୁଳ ଅଞ୍ଚଳକୁ ଯାଉଥିବା ବେଳେ କୁଇଓ ଠାରେ ୬ ଜଣ ଦୁର୍ବୃତ୍ତ ଗୋଟେ କାରରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଅଟକାଇ ଥିଲେ। ଦୀପକ ଅଟକିଯିବା ପରେ ତାଙ୍କୁ ଜୋରଜବରଦସ୍ତ ଅପହରଣ କରି କାର ଭିତରକୁ ନେଇଥିଲେ। ସେଠାରୁ ଗୋଡ଼ିବନ୍ଧ ବଙ୍ଗାରୁ ନିକଟସ୍ଥ ଜଙ୍ଗଲରେ ପହଞ୍ଚିଥିଲେ। ସେଠାରେ ତାଙ୍କ ହାତଗୋଡ଼ ବାନ୍ଧି ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ କିମ୍ବା ପୁଲିସକୁ ଜଣାଇଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିଲେ।

ସୌଭାଗ୍ୟବଶତଃ ନିକଟସ୍ଥ ଇଟା ଭାଟିରେ କାମ କରୁଥିବା କିଛି ଶ୍ରମିକ ଘଟଣାକୁ ଦେଖିଥିଲେ ଓ ନିକଟସ୍ଥ ଗୋଡ଼ିବନ୍ଧ ଫାଣ୍ଡି ପୁଲିସକୁ ଜଣାଇଥିଲେ। ପୁଲିସକୁ ଦେଖି ଦୁର୍ବୃତ୍ତ କାର ଛାଡ଼ି ଛୁ’ ମାରିଥିଲେ। ପୁଲିସ ଦୀପକଙ୍କୁ ଉଦ୍ଧାର କରିବା ସହ କାର ଜବତ କରିଛି।

Share

Leave a Reply