ସାମାନ୍ୟ କଥାରୁ ହତ୍ୟା: ଯୁବକକୁ ନିସ୍ତୁକ ମାଡ଼ ପରେ ପୋଖରୀରେ ଫିଙ୍ଗି ମାରିଦେଇଥିବା ଅଭିଯୋଗ

0

ଅନୁଗୁଳ: ଝିମିଟି ଖେଳରୁ ମହାଭାରତ। ସାମାନ୍ୟ କଥାକୁ କେନ୍ଦ୍ର କରି ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ସେହି ଗାଁର ସୌମ୍ୟ ରଞ୍ଜନ ବେହେରା।

ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୧୦ ଟା ବେଳେ ସୌମ୍ୟ ରଞ୍ଜନ ଖାଇ ସାରି ରାସ୍ତାକୁ ଚାଲିବାକୁ ଆସିଥିଲେ। ଏହି ସମୟରେ ରାସ୍ତାରେ ମଦ୍ୟପାନ କରି ବୁଲୁଥିବା ସୁଶାନ୍ତ ସାହୁ ନାମଙ୍କ ଜଣେ ଯୁବକଙ୍କ ସହ ତାଙ୍କର ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ସୌମ୍ୟ ତାଙ୍କ ସହ ବେଶୀ ଯୁକ୍ତିତର୍କ ନ କରି ପଳାଉଥିବା ବେଳେ ହଠାତ ସୁଶାନ୍ତ ଏକ ଠେଙ୍ଗାରେ ତାଙ୍କ ମୁଣ୍ଡ ପଛକୁ ବାଡେଇ ଦେଇଥିଲେ। ସୌମ୍ୟ ତଳେ ପଡିଯିବା ପରେ ସୁଶାନ୍ତ ତାଙ୍କୁ ଆହୁରି ପିଟିବା ସହ ନିକଟରେ ଥିବା ଏକ ପୋଖରୀକୁ ଠେଲି ଦେଇ ପଳାଇଥିଲେ।

ଗାଁର ଅନ୍ୟ ଦୁଇ ଜଣ ଯୁବକ ଏହା ଦେଖି ଗଭୀର ପାଣିରୁ ସୌମ୍ୟଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ସୌମ୍ୟଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ ଡାକ୍ତରଖାନା ନେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ପରିବାର ପକ୍ଷରୁ ଅନୁଗୁଳ ସଦର ଥାନାରେ ଅଭିଯୋଗ ଦାଖଲ ପରେ ପୋଲିସତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.

error: Content is protected !!