ରାଜନୈତିକ ଶତ୍ରୁତାରୁ ଗାଁ ଦାଣ୍ଡରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା !

You are currently viewing ରାଜନୈତିକ ଶତ୍ରୁତାରୁ ଗାଁ ଦାଣ୍ଡରେ ପୂର୍ବତନ ସରପଞ୍ଚଙ୍କୁ  ହତ୍ୟା !

ଅନୁଗୁଳ: ପୂର୍ବତନ ସରପଞ୍ଚଙ୍କୁ ହତ୍ୟା। ଛେଣ୍ଡିପଦା-ଜେରେଙ୍ଗ ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ବିଭୂତି ଭୂଷଣ ଗଡ଼ନାୟକ। ଗାଁ ଦାଣ୍ଡରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ ଯେ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନର ପୂର୍ବ ଦିନ ଅର୍ଥାତ ମେ’ ୨୪ ତାରିଖ ଦିନ ଅନୁଗୁଳୁ ଛେଣ୍ଡିପଦାରେ ନିର୍ବାଚନ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ହଣ୍ଡିଗୁଡା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡା ଓ କଟୁରୀରେ ହଣାକଟା ହୋଇଥିଲା। ଏହି ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ।

Share

Leave a Reply