ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଠାକୁରଗଡ଼ ପ୍ରାଥମିକ କୃଷି ସମବାୟ ସମିତିରେ ୨୦୨୫-୨୬ ଆର୍ଥିକ ବର୍ଷର ଖରିଫ ଋୁତୁ ପାଇଁ ସରକାରଙ୍କ ନିର୍ଦ୍ଧାରିତ ଧାନ କ୍ରୟ କେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଯାଇଛି। ସମିତି ସଭାପତି ସନ୍ତୋଷ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ମଣ୍ଡିର ଶୁଭାରମ୍ଭ କରାଯାଇଥିଲା। ପୂଜକ ଗୋକୁଳାନନ୍ଦ ଶତପଥୀ ପାରମ୍ପରିକ ପୂଜାର୍ଚ୍ଚନା କରିଥିବା ବେଳେ ଏହି ଅବସରରେ ସମିତିର ସମସ୍ତ ନିର୍ଦ୍ଦେଶକ ଦୁଃଖବନ୍ଧୁ ନାୟକ, ଜଗବନ୍ଧୁ ବେହେରା, କରୁଣାକର ନାୟକ, ନରୋତ୍ତମ ସାଏ ଓ ଗଣେଶ୍ୱର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ମାନିତ ଅତିଥି ଭାବେ ଠାକୁରଗଡ଼ ବିଜେପି ମଣ୍ଡଳ ସଭାପତି ସୁଜିତ କୁମାର ଦେହୁରୀ, ଅନାମ ଚରଣ ସ୍ୱାଇଁ, ଚାଷୀ କୁମୁଦ ଚନ୍ଦ୍ର ମିଶ୍ର, ଅଜିତ ମିଶ୍ର, ଲୋକନାଥ ରାଉତ, ଦେବରାଜ ଦେହୁରୀ, ପୀତବାସ ମାଝି, ଦୁଷ୍ମନ୍ତ ପ୍ରଧାନ ଓ ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ସମିତିର ସମ୍ପାଦକ ସୁଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟର ବିକ୍ରମ ସାହୁ, ଉତ୍ତମ ପ୍ରଧାନ ଓ ବିନୋଦିନୀ ପ୍ରଧାନ ସକ୍ରିୟ ସହଯୋଗ କରିଥିଲେ। ପ୍ରଥମ ଦିନରେ ମୋଟ ୬ ଜଣ ଚାଷୀଙ୍କ ଠାରୁ ୧୨୦.୨୮ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ସୂଚନା ମିଳିଛି।

