ସମିତି ସଭ୍ୟଙ୍କୁ ଉପେକ୍ଷା କରିବାକୁ ବିରୋଧ, ବ୍ଲକ ଅଫିସ ସମ୍ମୁଖରେ ଦେଲେ ଧାରଣା

You are currently viewing ସମିତି ସଭ୍ୟଙ୍କୁ ଉପେକ୍ଷା କରିବାକୁ ବିରୋଧ, ବ୍ଲକ ଅଫିସ ସମ୍ମୁଖରେ ଦେଲେ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ସମିତି ସଭ୍ୟଙ୍କୁ ସବୁ କ୍ଷେତ୍ରରେ ଉପେକ୍ଷା କରାଯାଉଥିବା ଅଭିଯୋଗ କରି କିଛି ସଭ୍ୟ ବିଡିଓଙ୍କ  କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି।

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ପୂର୍ବାହ୍ନରେ ବିଡିଓଙ୍କ ଅଫିସ ପ୍ରକୋଷ୍ଠ ସମ୍ମୁଖରେ ସମିତି ସଭ୍ୟ ଆନୁକୂଲ୍ୟ ବେହେରା, ବାବୁଲା ନାୟକ, ମମତା ମେହେର, ଧନେଶ୍ବର ସାହୁ, ଲବ ପ୍ରଧାନ, ଦ୍ରୌପଦୀ ନାଏକ, ସାବିତ୍ରୀ ନାଏକ, ଉର୍ମିଳା ସେଠୀ, ସସ୍ମିତା ସାହୁ ପ୍ରମୁଖ ଧାରଣାରେ ବସିଥିଲେ। ସେମାନଙ୍କ ଦାବି ମଧ୍ୟରେ ବ୍ଲକକୁ ଆସୁଥିବା ସମିତି ଅନୁଦାନ ସଭ୍ୟଙ୍କୁ ଜଣାଇବା, ୩ ବର୍ଷ ହେବ ବକେୟା ସମିତି ବୈଠକର ଭତ୍ତା ପ୍ରଦାନ କରିବା, ସମିତି ଅନୁଦାନର କାର୍ଯ୍ୟ ଗୁଡ଼ିକର ବିଲ ଶୀଘ୍ର କରାଯିବା, ପଞ୍ଚାୟତ ଗସ୍ତରେ ସମ୍ପର୍କରେ ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ସମ୍ପୃକ୍ତ ସମିତିସଭ୍ୟଙ୍କୁ ଜଣାଇବା ଆଦି ଦାବି ରହିଛି।

ଖବର ପାଇ ବିଡିଓ ସୁବ୍ରତ ବେହେରା ଓ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା ବୁଝାସୁଝା କରି ସମିତି ସଭ୍ୟଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Share

Leave a Reply