କୋଲକାତା ଗଣଦୁଷ୍କର୍ମ ଘଟଣା: ମହିଳା ଡାକ୍ତରଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ଛାତିଥରା ତଥ୍ୟ, ଦେହରେ ରହିଛି ୧୪ଟି ଗଭୀର କ୍ଷତ

You are currently viewing କୋଲକାତା ଗଣଦୁଷ୍କର୍ମ ଘଟଣା: ମହିଳା ଡାକ୍ତରଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ଛାତିଥରା ତଥ୍ୟ, ଦେହରେ ରହିଛି ୧୪ଟି ଗଭୀର କ୍ଷତ

କୋଲକାତା: କୋଲକାତା ଆର୍‌.ଜି କର୍‌ ମେଡିକାଲ କଲେଜରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆସିଲା ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ। ପୋଷ୍ଟମର୍ଟମ ରିପୋର୍ଟରୁ ଛାତିଥରା ତଥ୍ୟ ସାମ୍ନାକୁ ଆସିଛି। ଡାକ୍ତରଙ୍କ ଦେହରେ ୧୪ଟି ଗଭୀର କ୍ଷତ ରହିଛି। ସେ ଜୀବନ ବଞ୍ଚାଇବାକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ। ମହିଳା ଡାକ୍ତରଙ୍କୁ ଅତି ବୀଭତ୍ସ ଭାବେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ଡାକ୍ତରଙ୍କ ମୁଣ୍ଡ, ମୁହଁ, ବେକ, ହାତ ଏବଂ ଗୁପ୍ତାଙ୍ଗରେ ଗଭୀର କ୍ଷତ ରହିଥିଲା। ଛାତିରେ ଆଘାତ ଯୋଗୁଁ ଫୁସଫୁସରେ ରକ୍ତ ଜମାଟ ବାନ୍ଧିଛି। ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହୋଇଥିବା ମଧ୍ୟ ପିଏମ୍‌ ରିପୋର୍ଟରୁ ଜଣାଯାଇଛି। ତାଙ୍କୁ ତଣ୍ଟିଚିପି ଶ୍ବାସରୁଦ୍ଧ କରାଯାଇ ହତ୍ୟା କରାଯାଇଛି। ଏହା ବ୍ୟତୀତ ନାକ, କାନ୍ଧରେ ଆଘାତ ଲାଗିଛି। ବେକରେ କ୍ଷତ ଚିହ୍ନ ଥିବାରୁ ପୀଡ଼ିତା ଅଭିଯୁକ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ବହୁ ଉଦ୍ୟମ କରିଛନ୍ତି। କିନ୍ତୁ ଶେଷରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

Share

Leave a Reply