ଆଜି ଠାରୁ ଆରମ୍ଭ ହେଉଛି ମା’ ରାମଚଣ୍ଡୀ ପ୍ରସିଦ୍ଧ ଯାତ୍ରା: ମା’ଙ୍କୁ ପୂଜି ଅପୁତ୍ରିକ ହୁଅନ୍ତି ସନ୍ତାନ ପ୍ରାପ୍ତି

You are currently viewing ଆଜି ଠାରୁ ଆରମ୍ଭ ହେଉଛି ମା’ ରାମଚଣ୍ଡୀ ପ୍ରସିଦ୍ଧ ଯାତ୍ରା: ମା’ଙ୍କୁ ପୂଜି ଅପୁତ୍ରିକ ହୁଅନ୍ତି ସନ୍ତାନ ପ୍ରାପ୍ତି

ଅନୁଗୁଳ: ଆଜି ଠାରୁ ଆରମ୍ଭ ହେଉଛି କୋଶଳାର ପ୍ରସିଦ୍ଧ ରାମଚଣ୍ଡୀ ଯାତ୍ରା। ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଲକ ଅଧୀନରେ ରହିଛି ମା ରାମଚଣ୍ଡୀଙ୍କ ମନ୍ଦିର। କାହିଁ କେତେକାଳରୁ ମା ଏଠାରେ ପୂଜା ପାଇ ଆସୁଛନ୍ତି।  କୋଶଳା ରାମଚଣ୍ଡୀ ମନ୍ଦିର ଅନୁଗୁଳ ଜିଲ୍ଲାରେ ଥିବା ଏକ ଦେବୀ ପୀଠ । ଏହି ମନ୍ଦିରଟି କୋଶଳା ଗ୍ରାମରେ ରହିଛି, ଯାହାକି ଅନୁଗୁଳଠାରୁ ୬୩ ନମ୍ବର ରାଜ୍ୟ ରାଜପଥରେ ଛେଣ୍ଡିପଦା ରାସ୍ତାରେ ଦେବଗଡ଼ ଆଡ଼କୁ ଗଲେ ୨୮ କି.ମି ଦୂରରେ ଅବସ୍ଥିତ । ଦେବୀଙ୍କ ନାମ ଅନୁସାରେ, ଏହି ଗ୍ରାମଟିର ନାମକରଣ କରାଯାଇଥିବା ଲୋକକଥା ରହିଛି । ଏହି କ୍ଷେତ୍ରରେ ଉଭୟ ଶକ୍ତି ଏବଂ ଶିବଙ୍କର ଉପାସନା କରାଯାଇଥାଏ ।

ଏଠାରେ ଦେବୀ ରାମଚଣ୍ଡୀଙ୍କୁ ପୂଜା କଲେ ବନ୍ଧ୍ୟା ନାରୀମାନେ ସନ୍ତାନବତୀ ହୋଇଥାଆନ୍ତି ବୋଲି ବିଶ୍ୱାସ ଅଛି। ପ୍ରତିବର୍ଷ ଭାଦ୍ରବ ମାସ ଦ୍ୱିତୀୟ ତିଥିରେ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମାଙ୍କ  ପାଠ ସରିବା ପରେ ପାଖରେ ଥିବା ଏକ କାଦୁଅ ଗାଡ଼ିଆରେ ବ୍ରତଧାରୀ ମାନେ ଅଧିଆ ପଡ଼ିଥାନ୍ତି। କାଳିସି ରୂପରେ ମାଙ୍କ ସତ୍ତା ଅବତୀର୍ଣ୍ଣ ହୋଇ ଭକ୍ତଙ୍କ ଦୁଃଖ ଲାଘବ କରିଥାନ୍ତି। କେବଳ ଅନୁଗୁଳ ନୁହଁ ଆଖପାଖ ଜିଲ୍ଲାରୁ ଲୋକଙ୍କ ଭିଡ଼ ଏଠାକୁ ଲାଗିଛି।

Share

Leave a Reply