ଅନୁଗୁଳ: ଅନୁଗୁଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଦ୍ବାରା ଶୁକ୍ରବାର କୃଷିଭବନ ସଭାଗୃହରେ ଜିଲ୍ଲା କୃଷକ ମହାସଂଘର ବାର୍ଷିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି। ସଭାପତି ଅରକ୍ଷିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନିରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ ଦେବାଶିଷ ମିଶ୍ର କୃଷକ କ୍ଲବର ଆଭିମୁଖ୍ୟ, ଗଠନ, ପଞ୍ଜିକରଣ ଓ ସେଗୁଡ଼ିକର କାର୍ଯ୍ୟାବଳୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ କୃଷି ଜିଲ୍ଲା ଅଧିକାରୀ ଚକ୍ରଧର ପଣ୍ଡା ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱାରା କୃଷି ଓ କୃଷକର ଉନ୍ନତି ପାଇଁ କାର୍ଯ୍ୟକାରି ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ନୂଆ କୃଷକ ମହାସଂଘର କାର୍ଯ୍ୟକାରୀ ସମିତି ତରଫରୁ ଡକାଯାଇଥିବା ଏହି ସମ୍ମିଳନିରେ ଜିଲ୍ଲାର ସମସ୍ତ ୮ଟି ବ୍ଲକରୁ ୩୦ଟି କୃଷକ କ୍ଲବର ପ୍ରାୟ ୬୦ ରୁ ଊର୍ଦ୍ଧ୍ବ ସଦସ୍ୟ ଯୋଗଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ବୈଜ୍ଞାନିକ ଡ଼. ତୀର୍ଯ୍ୟକ୍ କୁମାର ସାମନ୍ତ ଓ ପ୍ରାଣୀ ବିଜ୍ଞାନି ଡ଼. ମୋନାଲିସା ବେହେରା ଯୋଗଦେଇଥିବା କୃଷକ ମାନଙ୍କୁ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାର ମୃତ୍ତିକା ରସାୟନବିତ୍ ପ୍ରଦୀପ କୁମାର ନନ୍ଦ ମାଟି ପରୀକ୍ଷା, ମୃତ୍ତିକା ସଂରକ୍ଷଣ, ସ୍ୱାସ୍ଥ୍ୟ ରକ୍ଷା ତଥା ପରିବେଶ ସୁରକ୍ଷା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ।
ସହକାରୀ ଉଦ୍ୟାନ ଅଧିକାରୀ ପ୍ରୀୟଙ୍କା ପ୍ରିୟଦର୍ଶିନୀ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସ୍ଆର୍ ଅଧିକାରୀ ଆଶୁତୋଷ ମିଶ୍ର କମ୍ପାନୀ ଦ୍ୱାରା କୃଷି ଓ ପରିବେଶ ସୁରକ୍ଷା ଉପଯୋଗୀ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ତ୍ରେତାନନ୍ଦ ସାମନ୍ତ, ରବିନ୍ଦ୍ର ନାଥ ପ୍ରଧାନ, ଦୁର୍ଯ୍ୟୋଧନ ସାହୁ, ବସନ୍ତ କୁମାର ପ୍ରଧାନ, ଅଚ୍ୟୁତାନନ୍ଦ ପ୍ରଧାନ, ସନ୍ତୋଷ ଖଟୁଆ, ଯୋଗିନାଥ ପ୍ରଧାନ, ମଦନ ଦାଣ୍ଡିଆ, ବିନତୀ ମାଝୀ , ସସ୍ମିତା ନାୟକ, ଅଞ୍ଜନା ମହାଖୁଡଆଦି ୬୦ ଜଣ ବିଭିନ୍ନ କୃଷକ କ୍ଲବର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ। ଶେଷରେ ମହାସଂଘର ସଭ୍ୟ ପ୍ରତାପ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।