କନ୍ତପଡ଼ାରେ ବିଜେଡିର କୃଷକ ସମାବେଶ, ଯୋଗ ଦେଲେ ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ

You are currently viewing କନ୍ତପଡ଼ାରେ ବିଜେଡିର କୃଷକ ସମାବେଶ, ଯୋଗ ଦେଲେ ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କନ୍ତପଡ଼ା ପଞ୍ଚାୟତର କନ୍ତପଡ଼ା ମେଲଣ ପଡ଼ିଆ ଠାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ବିରାଟ କୃଷକ ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରାୟ ଦଶ ହଜାରରୁ ଊର୍ଦ୍ଧ୍ବ ଚାଷୀ ଅଂଶ ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗ ଦେଇ କୃଷକଙ୍କୁ ଉଦବୋଧନ ଦେଇଥିଲେ। ଆଠମଲ୍ଲିକ ବ୍ଲକ ବିଜେଡି ସଭାପତି ବୃନ୍ଦାବନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠମଲ୍ଲିକ ବାର ଆସୋସିଏସନର ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାକୁଡ଼, ବ୍ଲକ ବିଜେଡି ସଭାପତି ବୃନ୍ଦାବନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply