ବିବେକାନନ୍ଦ ଜୟନ୍ତୀରେ କୁନି ଚିତ୍ରଶିଳ୍ପୀ ପୁରସ୍କୃତ

You are currently viewing ବିବେକାନନ୍ଦ ଜୟନ୍ତୀରେ କୁନି ଚିତ୍ରଶିଳ୍ପୀ ପୁରସ୍କୃତ

ଅନୁଗୁଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଅଂଶ ବିଶେଷ ପୁରୀ ଉତ୍କଳ କଳା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସଂସ୍ଥାର ସଭାପତି କଳ୍ପଲତା ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ରୋଟାରୀ ସ୍କୁଲର ପ୍ରିନସିପାଲ ଅଶୋକ କୁମାର ବେହେରା ମୁଖ୍ୟ ଅତିଥି ଓ ଭାଇସ ପ୍ରିନ୍ସିପାଲ ଡଃ ମନୋରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।

ଅତିଥି ମାନେ ନିଜ ବକ୍ତବ୍ୟରେ ବିବେକାନନ୍ଦଙ୍କ ନୀତି ଆଦର୍ଶ ଓ ମେଧା ଶକ୍ତିର ଆଲୋଚନା କରିବା ସହ ସେ ଯୁବଶକ୍ତିର ଆଦର୍ଶ ବୋଲି କହିଥିଲେ। ସମାରୋହରେ ବ୍ରହ୍ମାତ୍ମିକା ପାଣି ସ୍ୱଦେଶୀ ମନ୍ତ୍ର ବୋଲି ଥିବା ବେଳେ ସଂସ୍ଥାର ରାଜ୍ୟ ସମ୍ପାଦକ ରବୀନ୍ଦ୍ର ନାଥ ସାହୁ ଧନ୍ୟବାଦ୍ ଦେବା ସହ ବିବେକାନନ୍ଦଙ୍କ ଅମର ବାଣୀ ଉଦ୍ଧୃତି କରିଥିଲେ।

Share

Leave a Reply