ଇଟାଭାଟିରେ ରୋଷେଇ କରିବା ବେଳେ ଶ୍ରମିକ ମୃତ, ଅଂଶୁଘାତ ସନ୍ଦେହ

You are currently viewing ଇଟାଭାଟିରେ ରୋଷେଇ କରିବା ବେଳେ ଶ୍ରମିକ ମୃତ, ଅଂଶୁଘାତ ସନ୍ଦେହ
The dead woman's body. Focus on hand

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପରଙ୍ଗ ଗ୍ରାମରେ ଥିବା ଏକ ଇଟା ଭାଟିରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ମୟୂରଭଞ୍ଜ ଅଞ୍ଚଳର ଭଗବାନ ତିୱାରୀ ବୋଲି ଜଣାଯାଇଛି। ଅଂଶୁଘାତରୁ ତାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ସୂଚନା ମୁତାବକ, ସୋମବାର ଅପରାହ୍ନରେ ଇଟା ଭାଟିରେ ରୋଷେଇ କରୁଥିବା ସମୟରେ ଭଗବାନ ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଶିଳ୍ପାଞ୍ଚଳ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ଶବ ଗୃହରେ ରଖି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ପହଞ୍ଚିଲେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

Share

Leave a Reply