୧୦୦ ଶଯ୍ୟା ଛାତ୍ରୀ ନିବାସ ଓ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭୂମି ପୂଜନ କଲେ ଉପବାଚସ୍ପତି

You are currently viewing ୧୦୦ ଶଯ୍ୟା ଛାତ୍ରୀ ନିବାସ ଓ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭୂମି ପୂଜନ କଲେ ଉପବାଚସ୍ପତି

ଅନୁଗୁଳ: ସ୍ଥାନୀୟ ଅଙ୍ଗାରବନ୍ଧ ପଞ୍ଚାୟତ ଖଣ୍ଡହତା ଠାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନାରେ ଛାତ୍ରୀ ନିବାସ ଓ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦୁଇଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।

୨ କୋଟି ୩୮ଲକ୍ଷ ବ୍ୟୟ ଅଟକଳରେ ୧୦୦ ଶଯ୍ୟା ଛାତ୍ରୀ ନିବାସ ଓ ୧ କୋଟି ୪୨ ଲକ୍ଷ ବ୍ୟୟ ଅଟକଳରେ ଆଦର୍ଶ ବିଦ୍ୟାଳୟ ମୋଡିଫିକେସନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ନିବାସ ହେବା ଫଳରେ ଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ୩ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ସରୋଜ ନାରାୟଣ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ବିଜ୍ଞାନୀ ବେହେରା, କୃଷ୍ଣଚନ୍ଦ୍ର ପ୍ରଧାନ, ଦୀପକ କୁମାର ପ୍ରଧାନ, ପୂର୍ତ୍ତ ବିଭାଗର ଅଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Share

Leave a Reply