ବ୍ଲକର ୫୧୯ ଜଣ ଲକ୍ଷ ପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କଲେ ଛେଣ୍ଡିପଦା ବିଧାୟକ

You are currently viewing ବ୍ଲକର ୫୧୯ ଜଣ ଲକ୍ଷ ପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କଲେ ଛେଣ୍ଡିପଦା ବିଧାୟକ

ଅନୁଗୁଳ: ଆଜି ଲକ୍ଷପତି ଦିଦିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ଅବସରରେ ଆଜି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛେଣ୍ଡିପଦା ପଞ୍ଚାୟତ ସମିତି ସଭାଗୃହରେ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ବ୍ଲକର ୫୧୯ଜଣ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ବିଧାୟକ ଅଗସ୍ତି ବେହେରା।

ଗତ ବର୍ଷ କେନ୍ଦ୍ର ସରକାର ମହିଳାଙ୍କ ପାଇଁ ଲକ୍ଷପତି ଦିଦି ଯୋଜନା ଆରମ୍ଭ କରିଥିଲେ। ଶିଳ୍ପ କ୍ଷେତ୍ରରେ ମହିଳାଙ୍କୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ଉଦ୍ଦେଶ୍ୟ। ଏହି ଯୋଜନା ମାଧ୍ୟମରେ ସରକାର ମହିଳାମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୫ଶହ କୋଟିର ଅର୍ଥରାଶି ମଞ୍ଜୁର କରିଛନ୍ତି। ଏହା ଦ୍ୱାରା ୪ଲକ୍ଷ ୩୦ ହଜାର ସ୍ୱୟଂ ସହାୟିକା ଗ୍ରୁପର ୪୮ ଲକ୍ଷ ସଦସ୍ୟା ଉପକୃତ ହେବେ। ଯୋଜନା ଆରମ୍ଭ ହେବାଠୁ ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳା ଉପକୃତ ହେଲେଣି।

Share

Leave a Reply