ଲକ୍ଷାଧିକ ଟଙ୍କାର ଶାଗୁଆନ ଓ ଶାଳ ପଟ୍ଟା ସହ ଗଣ୍ଡି ଜବତ

You are currently viewing ଲକ୍ଷାଧିକ ଟଙ୍କାର ଶାଗୁଆନ ଓ ଶାଳ ପଟ୍ଟା ସହ ଗଣ୍ଡି ଜବତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପକ୍ଷରୁ କଣଲୋଇ ଏବଂ ମାରୁଢିପ ଗ୍ରାମର ହରିଜନ ସାହିରେ ଚଢଉ କରାଯାଇ ବ୍ୟାପକ ଶାଗୁଆନ ଓ ଶାଳ ପଟ୍ଟା ସହିତ କାଠ ଗଣ୍ଡି ଜବତ କରାଯାଇଛି।

ସୂଚନା ମୁତାବକ, ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ସତ୍ୟନାରାୟଣ ସାହୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଣଲୋଇ ଓ ମାରୁଢ଼ିପ ହରିଜନ ସାହି ନିକଟରେ ସଦଳବଳେ ଚଢ଼ଉ କରିଥିଲେ। କଣଲୋଇ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଓ ହରିଜନ ସାହିର ଏକ ପରିତ୍ୟକ୍ତ ସ୍ଥାନରୁ ବିପୁଳ ଶାଗୁଆନ ପଟ୍ଟା, ଶାଗୁଆନ ଗଣ୍ଡି ଓ ଶାଳପଟ୍ଟା ଜବତ କରିଥିଲେ। ଏହାକୁ ଏକ ଟ୍ରାକ୍ଟର ଓ ପିକଅପରେ ଲୋଡ୍ କରି ଛେଣ୍ଡିପଦା ବାନଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ । ଜବତ ହୋଇଥିବା କାଠ ୩୫ ସିଫ୍ଟରୁ ଅଧିକ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଏହି ଚଢ଼ଉରେ ଫରେଷ୍ଟର ସୁଶାନ୍ତ କୁମାର ନାଏକ, ପଦ୍ମଚରଣ ସାହୁ, ମହେଶ୍ୱର ପ୍ରଧାନ, ଫରେଷ୍ଟ ଗାର୍ଡ ମିନତୀ ବେହେରା, ରଜନୀଗନ୍ଧା ପ୍ରଧାନ, ଲୁଲୁ ପ୍ରଧାନ, ଆଦିକନ୍ଦ ପ୍ରଧାନଙ୍କ ସମେତ ଅନ୍ୟ ବନକର୍ମଚାରୀ ଉପସ୍ଥିତ ଥିଲେ।

Share

Leave a Reply