ତୋଫାନ ଯୁବକ ସଂଘର ନୂତନ ଗୃହ ପାଇଁ ଭୂମି ପୂଜା, ଯୋଗ ଦେଲେ ସାଂସଦ ଓ ବିଧାୟକ

You are currently viewing ତୋଫାନ ଯୁବକ ସଂଘର ନୂତନ ଗୃହ ପାଇଁ ଭୂମି ପୂଜା, ଯୋଗ ଦେଲେ ସାଂସଦ ଓ ବିଧାୟକ

ତାଳଚେର: ତାଳଚେର ବ୍ଲକ ଘଣ୍ଟପଡ଼ା ଗ୍ରାମ ସ୍ଥିତ ତୋଫାନ ଯୁବକ ସଂଘର ନୂତନ ଗୃହ ନିର୍ମାଣ ପାଇଁ ଭୂମି ପୂଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ତାଳଚେର ବ୍ଲକ ଅଧ୍ୟକ୍ଷା ହେମଲତା ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ସତ୍ୟଭାମା ସାହୁ, ଘଣ୍ଟପଡ଼ା ଗ୍ରାମ ସଭାପତି କ୍ଷୀରୋଦ ସାହୁ, ସମ୍ପାଦକ ପ୍ରମୋଦ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଶୁଭ ନାରିକେଳ ଭାଙ୍ଗି କାର୍ଯ୍ୟର ଶୁଭାରମ୍ଭ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ଧୀରେନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ମନୋଜ ବେହେରା, ଯୁବଗୋଷ୍ଠୀର ସଭାପତି ମନୋଜ ସାହୁ, ରଞ୍ଜିତ ଦାସ, ବିଜୟ ଦାସ, କଳ୍ପତରୁ ବାରିକ, ତାପସ ଦାସ, ଉପସଭାପତି କାହ୍ନୁଚରଣ ଦାସ, ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ, ଦୁର୍ଗାଚରଣ ଦାସ, ଅରବିନ୍ଦ ମହାରଣା, ଚିଣ୍ଟୁ ପ୍ରଧାନ, ଅନିଲ ଦାସ, ବୀରେନ ଦାସ, କୃଷ୍ଣ ସାହୁ ଓ ସୁଭାଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply