ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମରେ ପ୍ରିନ୍ସ କ୍ଲବ ପକ୍ଷରୁ ତିନିଦିନ ଧରି ଚାଲିଥିବା ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସରପଞ୍ଚ ସୁନୀତା ସେଠୀ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ କର୍ଣ୍ଣ ଗୋଚ୍ଛାୟତ ଓ ଗ୍ରାମ ସଭାପତି ବ୍ରଜେନ୍ଦ୍ର ନାରାୟଣ ବିଶ୍ୱାଳ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ। ସର୍ବମୋଟ ଷୋହଳଟି ଟିମ ଭାଗ ନେଇଥିବା ବେଳେ ଅନ୍ତିମ ପ୍ରତିଯୋଗିତା କୋଶଳା ଓ ଘଣ୍ଟପଡ଼ା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ଶେଷରେ କୋଶଳା ବିଜେତା ଓ ଘଣ୍ଟପଡ଼ା ଉପ ବିଜେତା ଭାବେ ଘୋଷିତ ହୋଇଥିଲେ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଅଭିମନ୍ୟୁ ସାହୁ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସଞ୍ଜୟ କୁମାର ବିଶୋଇ, ଆଞ୍ଚଳିକ ବହୁଜନ ସମିତି ସଭାପତି ମହେଶ ବେହେରା, ଉପସଭାପତି ମୁନା ନାୟକ ଓ ସରପଞ୍ଚଙ୍କ ପ୍ରତିନିଧି ଅଭୟ ସେଠୀ ପ୍ରମୁଖ ଯୋଗଦେଇ ପ୍ରଥମେ ନିକଟ ଅତୀତରେ ସ୍ଵର୍ଗାରୋହଣ କରିଥିବା କ୍ଲବର ସକ୍ରିୟ ସଦସ୍ୟ ଲକ୍ଷ୍ମୀକାନ୍ତ ଦେହୁରୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ନିରବ ପ୍ରାର୍ଥନା କରିଥିଲେ। ଉପସ୍ଥିତ ଅତିଥିମାନେ ବିଜେତା ଓ ଉପ ବିଜେତା ଟିମକୁ ଟ୍ରଫି ପ୍ରଦାନ କରିଥିଲେ।
ଦିନେଶ ବାରିକ ଧାରା ବିବରଣୀ ପାଠ ଓ ମାନସ ଜେନା, ଗଣେଶ୍ୱର ସାହୁ ଖେଳ ପରିଚାଳନା କରିଥିଲେ। କ୍ଲବ ସଭାପତି ଦୁଷ୍ମନ୍ତ ସାହୁ, ସମ୍ପାଦକ ପ୍ରଦୀପ ସେଠୀ, ସୂରଜ ବାରିକ, ଭବାନୀ ସେଠୀ, ସୁଜିତ ସେଠୀ, ପପୁନ ବିଶୋଇ, ଚିକୁ ସାହୁ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।








