ଆଠମଲ୍ଲିକରେ ନାମାଙ୍କନ ଦାଖଲର ଶେଷ ଦିନ: ବିଜେପିରୁ ସଂଜୀବ ଓ କଂଗ୍ରେସରୁ ହିମାଂଶୁ ଭରିଲେ ନୋମିନେସନ

You are currently viewing ଆଠମଲ୍ଲିକରେ ନାମାଙ୍କନ ଦାଖଲର ଶେଷ ଦିନ: ବିଜେପିରୁ ସଂଜୀବ ଓ କଂଗ୍ରେସରୁ ହିମାଂଶୁ ଭରିଲେ ନୋମିନେସନ

ଆଠମଲ୍ଲିକ : ଆଜି ଆଠମଲ୍ଲିକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସଂଜୀବ କୁମାର ସାହୁ ଓ ଜାତୀୟ କଂଗ୍ରେସ ପକ୍ଷରୁ ହିମାଂଶୁ ଶେଖର ଚାଉଳିଆ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି ପ୍ରାର୍ଥୀ ସଂଜୀବ ଦୁଇଟି ପର୍ଯ୍ୟାୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଳ୍ପ କିଛି ସମର୍ଥକଙ୍କୁ ନେଇ ନାମାଙ୍କନ ଦାଖଲ କରିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ବଲପୁର ସାଂସଦ ପ୍ରାର୍ଥୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ବିରାଟ ପଟୁଆରରେ ଆସି ପୁଣିଥରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ଦାଖଲ ସମୟରେ ତାଙ୍କ ସହ ବିଧାୟକ ରମେଶ ଚନ୍ଦ୍ର ସାଏ, ସମାଜସେବୀ ଅର୍ଜୁନ ସାହୁ ମଧ୍ୟ ଉପସ୍ଥିତ ଥିଲେ।

ସେହିଭଳି କଂଗ୍ରେସ ପକ୍ଷରୁ ହିମାଂଶୁ ତାଙ୍କ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଦେଉଳଝରି ସିଦ୍ଧେଶ୍ୱର ବାବା, ଆଠମଲ୍ଲିକରେ ଜଗନ୍ନାଥ ମନ୍ଦିର ଓ ମାହେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେ ତାଙ୍କର ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ।

ସୋମବାର ନାମାଙ୍କନ ର ଶେଷ ଦିବସ ଥିବାବେଳେ ଆଠମଲ୍ଲିକ ୬୩ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସମୁଦାୟ ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜୁ ଜନତା ଦଳ ପକ୍ଷରୁ ନଳିନୀକାନ୍ତ ପ୍ରଧାନ, ବିଜେପି ପକ୍ଷରୁ ସଂଜୀବ କୁମାର ସାହୁ, କଂଗ୍ରେସ ପକ୍ଷରୁ ହିମାଂଶୁ ଶେଖର ଚାଉଳିଆ ଓ ଏସସୟୁସିଆଇ (କମ୍ୟୁନିଷ୍ଟ ) ପକ୍ଷରୁ ରମଣୀ ରଞ୍ଜନ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି।

Share

Leave a Reply