ଅନୁଗୁଳ: ଅନୁଗୁଳ ସରକାରୀ ପଲିଟେକନିକ୍ ମହାବିଦ୍ୟାଳୟ ପରିସରରେ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ ଭ୍ୟାନ ଯାତ୍ରାର ଶୁଭାରମ୍ଭ କରଯାଇଥିଲା। ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ନାୟକ ଏହି ଷ୍ଟାର୍ଟ ଅପ୍ ଯାତ୍ରାର ଆଭିମୁଖ୍ୟ ଏବଂ ଇକୋ ସିଷ୍ଟମ ସହିତ ଏହାର ସମନ୍ୱୟ ଉପରେ ଆଲୋକପାତ କରିଥିଲେ।ଏହାପରେ ଭ୍ୟାନ ଟି ଅନୁଗୁଳ ମହାବିଦ୍ୟାଳୟ ଅଭିମୁଖେ ଯାଇଥିଲା ।ସେଠାରେ ଅଧ୍ୟକ୍ଷ ଗଙ୍ଗାଧର କର ,ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଭ୍ୟାନକୁ ସ୍ବାଗତ କରିଥିଲେ। ଷ୍ଟାର୍ଟ ଅପ୍ ବିଜିନେସ
ଦ୍ଵାରା ଦେଶରୁ ବେରୋଜଗାରି କିଭଳି ହଟିବ ସେଥିନେଇ ଶ୍ରୀ କର ପ୍ରକାଶ କରିଥିଲେ।ଏହାପରେ ସୁସଜ୍ଜିତ ଭ୍ୟାନ ତାଳଚେର କଲେଜ ଯାଇ ପହଞ୍ଚିଥିଲା। ସେଠାରେ ଅଧ୍ୟକ୍ଷ ଅଜୟ କୁମାର ପ୍ରଧାନ ଯାତ୍ରାକୁ ସ୍ବାଗତ କରିବା ସହ ଦେଶର ପ୍ରଗତିରେ ଷ୍ଟାର୍ଟ ଅପ୍ କାରବାରର ଭୂମିକା ଉପରେ ଆଲୋକପାତ କରିଥିଲେ।
ଯାତ୍ରାର ପରିଚାଳକ ସରୋଜ କୁମାର ରଥ ଉଦ୍ୟମିତାର ପ୍ରସାର ଦିଗରେ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଯାତ୍ରା କିଭଳି ଉତ୍ସାହିତ କରୁଛି ତାହା ବର୍ଣ୍ଣନା କରିଥିଲେ।ଜିଲ୍ଲା ଶିଳ୍ପ କେନ୍ଦ୍ରର ବହୁ ଅଧିକାରୀ ଏଥିରେ ସାମିଲ ରହିଥିଲେ ।