ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ବାଲ୍ୟ ବିବାହ ବନ୍ଦ ସଚେତନତା ରଥର ଶୁଭାରମ୍ଭ କରାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଲ୍ୟ ବିବାହ ହେଉଛି। ଯାହା ଫଳରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବାଲ୍ୟ ବିବାହ ବନ୍ଦ ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ସଚେତନତା ରଥ ଅନୁଗୁଳ ଜିଲ୍ଲାର ୮ଟି ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ସଚେତନତାର ବାର୍ତ୍ତା ଦେବା। ଏହି ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ତ୍ରିଲୋଚନ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝୀଙ୍କ ସହ ବହୁ କର୍ମଚାରୀ ଉପସ୍ଥିତଥିଲେ।